Odiapua.com

୫୦ ଫୁଟ ତଳକୁ ଖସିଲା ଗାଡି

କନ୍ଧମାଳ,୦୭/୧୦,(ଓଡ଼ିଆ ପୁଅ ପି ନାଏକ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଫଳରେ  ୫୦ ଫୁଟ ପୋଲ ତଳକୁ ଏକ ରୋଲର ବୋଝେଇ ଗାଡି ଖସି ପଡିଛି । ମାତ୍ର ଅଳ୍ପକେ ଗାଡ଼ି ଚାଳକ ବଞ୍ଚିଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗାଡିଟି ଆସୁଥିବା ବେଳେ ବ୍ରେକ ବେଲ ହୋଇ ତଳକୁ ଖସିପଡିଥିଲା । ସେହି ସମୟରେ ଡ୍ରାଇଭର ଡେଇଁ ପଡ଼ିଥିଲେ ।