Odiapua.com

୫୦୦ ଟଙ୍କିଆ ନୋଟ ବଦଳରେ ଏ.ଟି.ଏମ୍ ରୁ ବାହାରିଲା ୧୦୦ ଟଙ୍କିଆ ନୋଟ ଚିନ୍ତାରେ ଏକାଉଣ୍ଟ ଧାରୀ

ପାଟଣା ୨୧-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି): କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ମୁଖ୍ୟାଳୟରେ ଥିବା ଷ୍ଟେଟ.ବ୍ୟାଙ୍କ.ଅଫ ଇଣ୍ଡିଆର ଏ.ଟି.ଏମ୍ ରୁ ୫୦୦ ଟଙ୍କିଆ ନୋଟ ବାହାରିବା ପରିବର୍ତ୍ତେ ୧୦୦ ଟଙ୍କିଆ ନୋଟ ବାହାରିଥିବା ଅଭିଯୋଗ ହୋଇଛି।କେତକୀ ମହାନ୍ତ ନାମକ ଜଣେ ମହିଳା ନିଜ ସ୍ୱାମୀଙ୍କ ଆକାଉଣ୍ଟରୁ ଏ.ଟି.ଏମ୍ ସାହାଯ୍ୟରେ ଟଙ୍କା ଉଠାଉଥିବା ବେଳେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି।ଏ’ନେଇ ମଧ୍ୟ ମହିଳା ଜଣକ ସାହାରପଡା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗ ରଖିନଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ ଗତ ୧୯ ତାରିଖ ଶନିବାର ଦିନ ୧୨.୧୦ମି ସମୟରେ ସେ ୨୦ ହଜାର ଟଙ୍କା ଉଠାଇ ଥିଲେ ପ୍ରଥମ ୧୦ ହଜାର ଟଙ୍କା ଉଠାଇବା ସମୟରେ ୨୦ ଟି ୫୦୦ ଟଙ୍କିଆ ନୋଟ ବାହାରିଥଲା।ଦ୍ୱିତୀୟ ବାର ୧୦ ହଜାର ଟଙ୍କା ଉଠାଇବା ସମୟରେ ୨୦ ଟି ୫୦୦ ଟଙ୍କିଆ ବାହାରିବା ପରିବର୍ତ୍ତେ ୧୮ ଟି ୫୦୦ ଟଙ୍କିଆ ଓ ୨ ଟି ୧୦୦ ଟଙ୍କିଆ ନୋଟ ବାହାରିଥିଲା।ଏ’ନେଇ ମହିଳା ଜଣକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ହେଁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗ ଶୁଣି ନଥିବା ଅଭିଯୋଗ କରିଛନ୍ତି ମହିଳା।ଏହା ସହିତ ମହିଳା ଜଣକ କାହିଁକି ତାଙ୍କ ସ୍ୱାମୀଙ୍କ ଏ.ଟି.ଏମ୍ ବ୍ୟବହାର କରୁଥିଲେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ମହିଳାଙ୍କୁ ପ୍ରଶ୍ନ କରିଛନ୍ତି।ସେପଟେ ମହିଳାଙ୍କର ସ୍ୱାମୀ ବାହାରେ ରହି ଚାକିରି କରୁଥିବା ଯୋଗୁଁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କର ସାଲେରି ଏକାଉଣ୍ଟର ଏ.ଟି.ଏମ୍ ବ୍ୟବହାର କରନ୍ତି ବୋଲି କହିଛନ୍ତି।ଏ ଯାବତ କୌଣସି ସମାଧାନ ହୋଇନଥିବା ବେଳେ ଏ.ଟି.ଏମ୍ ରୁ ୫୦୦ ଟଙ୍କିଆ ନୋଟ ପରିବର୍ତ୍ତେ ୧୦୦ ଟଙ୍କିଆ ନୋଟ ବାହାରିବା ପରେ ସାହାରପଡା ଅଞ୍ଚଳର ଏ.ଟି.ଏମ୍ ଧାରୀଙ୍କ ମନରେ ଛନକା ପଶି ଯାଇଛି।ସେପଟେ ଏ.ଟି.ଏମ୍ ରେ ସୁରକ୍ଷା କର୍ମୀ ନଥିବାର ମଧ୍ୟ ଅଭିଯୋଗ କରିଛନ୍ତି ମହିଳା।