Odiapua.com

୫ବର୍ଷର ଶିଶୁପୁତ୍ରକୁ ହତ୍ୟା,ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ

ମାଲକାନଗିରି,୩୧ା୭ (ଓଡିଆ ପୁଅ ) ମାଲକାନଗିରି ଥାନା ଅଚଂଳରେ ପୁବ ର୍ଶତ୍ରୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ପାରିବାରିକ କଳହରେ ବଳିପଡିଯାଇଛି ଜଣେ ୫ବର୍ଷର ଶିଶୁପୁତ୍ର ।ଏପରି ଅମାନୁଷିକ ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ଏମଭି୧୯ ଗ୍ରାମରେ । ଏମଭି୧୯ ଗ୍ରାମର ହାରାଧନ ମଣ୍ଡଳ ଓ ସେହି ଗ୍ରାମର ପଡୋଶୀ ବିକାଶ ରାୟଙ୍କ ମଧ୍ୟରେ ଗତ କିଛି ମାସ ହେଲା ଗଣ୍ଡଗୋଳ ଲାଗି ଆସୁଥିଲା,ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗିରହିଥିଲା ,ହାରାଧନଙ୍କ ୫ବର୍ଷର ଶିଶୁ ପୁତ୍ର ଅଙ୍କିତ ମଣ୍ଡଳ ଗତ କାଲି ସନ୍ଧ୍ୟାରେ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ, ଏ ନେଇ ପରିବାର ଲୋକେ ବହୁତ ଖୋଜା ଖୋଜି କରିବାପରେ ଅଙ୍କିତ କୁ ନପାଇ ଆଜି ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିିନ୍ନ ସ୍ଥାନରେ ତନାଘନା ଖୋଜା ଖୋଜି ଆରମ୍ଭ କରିଦେଇଥିଲେ । ି ଆଜି ପୁଲିସ ଏମଭି୧୯ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଦେଇଥିଲେ । ସେହି ଗ୍ରାମର ବିକାଶ ରାୟ ଙ୍କ ସହିତ ଅଙ୍କିତ ଙ୍କ ପରିବାର ମଧ୍ୟରେ ଶତ୍ରୁତା ଥିବାର ପୁଲିସ ଏହା ଜାଣି ବିକାଶଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା ।ପୁଲିସ ବିକାଶ ଙ୍କ ଘରକୁ ଯାଇ ଖୋଜା ଖୋଜି କରିବାପରେ ତାଙ୍କ ଘରୁ ଏକ କମ୍ବଳ ମଧ୍ୟରେ ଗୁଡାଇ ଲୁଚାଇ ରଖାଯାଇ ଥିବା ଅଙ୍କିତ ଙ୍କ ମୃତ ଶରୀରକୁ ପୁଲିସ ଉଦ୍ଧାର କରିଥିଲେ । ଅଙ୍କିତ ଙ୍କ ମୃତଶରୀର ପୁଲିସ ଜବତ କରି ମାଲକାନଗିରି ହସପିଟାଲକୁ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଦେଇଥିଲେ । ଏହି ଘଟଣା ଗ୍ରାମବାସୀ ମାନେ ଜାଣିବା ପରେ ଅଭିଯୁକ୍ତଙ୍କ ଘର ଆଗରେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ ।ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବାରୁ ପୁଲିସ ଗ୍ରାମବାସୀ ମାନଙ୍କୁ ବୁଝାଇ ପରିସ୍ଥିତି ଶାନ୍ତ କରିଥିଲେ ।ବିକାଶକୁ ପୁଲିସ ବିଭିନ୍ନ ସ୍ଥାନରେ ଖୋଜୁଥିବାର ଜାଣି ଭୟରେ ଆଜି ଅପରାହ୍ନରେ ଅଭିଯୁକ୍ତ ବିକାଶ ରାୟ ମାଲକାନଗରି ଥାନାରେ ଆତ୍ମସମର୍ପଣ କରି ସେ ରାଗରେ ଅଙ୍କିତର ବେକକୁ ଏକ ଗମୁଛାରେ ଭିଡି ମାରିଦେଇ ଘରେ ଲୁଚାଇ ରଖିଥିଲା ବୋଲି ପୁଲିସ ନିକଟରେ ଅପରାଧ ମାନି ଯାଇଥିବାର ଜଣାପଡିଛି । ମାଲକାନଗିରି ପୁଲିସ ବିକାଶ ରାୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।