Odiapua.com

୫ଦଫା ଦାବିପୁରଣ ନେଇ ମିନାକ୍ଷୀ ବିଦ୍ୟୁତ ପ୍ରକଳ୍ପ ଅଫିସ ଆଗରେ ଧାରଣାରେ ବସିଲେ ୧୨ଟି ଗ୍ରାମବାସୀ

ମାଲକାନଗିରି,୨୫ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ କର୍ତନପାଲି ପଚାଂୟତର ଉଦୟଗିରି ଠାରେ ପ୍ରତିଷ୍ଟା କରାଯାଇଥିବା ମୀନାକ୍ଷୀ ଜଳ ବିଦ୍ୟୁତ ପ୍ରକଳ୍ପ ଘରୋଇ କମ୍ପାନୀ ବିରୋଧରେ ତାତିଲେ ୧୨ ଟି ଗ୍ରାମର ଶତାଧିକ ମହିଳା ଓ ପୁରଷ । ୫ ଦଫା ଦାବିପୁରଣ ନେଇ ବିକ୍ଷୋଭ କରିବା ସହିତ ଧାରଣାରେ ବସିଥିଲେ । ଆନ୍ଦ୍ରପ୍ରଦେଶର ଏକ ଘରୋଇ ସଂସ୍ଥା ଉଦୟଗିରି ଓ ତେନ୍ତୁଲି ଗୁମ୍ମା ଠାରେ ମିନାକ୍ଷୀ ଜଳ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଟା କରି ବିଦ୍ୟୁତ ଉତ୍ପନ କରି ଲାଭବାନ ହେଉଥିବା ବେଳେ ଆଖପାଖ ଗ୍ରାମର କୌଣସି ଉନ୍ନତି କଥା ଚିନ୍ତା କରୁନଥିବାରୁ ଆଜି ସକାଳେ ମାଥିଲି ବ୍ଲକସ୍ଥ କର୍ତନପାଲି ପଚାଂୟତ ଉଦୟଗିରି ଗ୍ରାମଠାରେ ଥିବା କମ୍ପାନି ଅଫିସ ଆଗରେ ୧୨ଟି ଗ୍ରାମରମୁଖୁଆ ଓ ଶତାଧିକ ମହିଳାପୁରଷ ମାନେ ବିକ୍ଷୋଭ କରିବା ସହିତ ଧାରଣାରେ ବସିଛନ୍ତି । ଗତ୨୦୦୪ ମସିହାରେ ମାଥିଲି ବ୍ଲକସ୍ଥ କର୍ତନପାଲି ପଚାଂୟତ ଉଦୟଗିରି ଓ ତେନ୍ତୁଲିଗୁମ୍ମା ଗ୍ରାମ ଠାରେ ମୀନାକ୍ଷୀ ପାଓ୍ୟାର ହାଉସ ନାମରେ ଦୁଇଟି ବିଦ୍ୟୁତ ଉତ୍ପନ ପ୍ରକଳ୍ପ କରାଯାଇଛି । ଦୀର୍ଘବର୍ଷ ଧରି ଏହି ବିଦ୍ୟୁତ ପ୍ରକଳ୍ପ ଲାଭବାନ ହେଉଥିବା ବେଳେ କର୍ତନପାଲି ପଚାଂୟତର ୧୨ଟି ଗ୍ରାମପାଇଁ କୌଣସି ଉନ୍ନତି କରିନାହାଁନ୍ତି । କର୍ତନପାଲି ପଚାଂୟତର ପୁବ ର୍ତନ ସରପଚଂ ଗୋପିନାୟକ ଙ୍କ ନେତୃତ୍ୱରେ କର୍ତନପାଲି,କୋପ୍ରା,ବାରା,ବରବୁନ୍ଦିଆ ଗୁଡା ଆଦି ୧୨ଟି ଗ୍ରାମର ମୁଖିଆ ଓ ଶତାଧିକ ମହିଳା ,ପୁରୁଷ ମାନେ ଆଜି ୫ଦଫା ଦାବିପରୁଣ ନେଇ ଉଦୟଗିରି ଠାରେ ଧାରଣାଦେଇଛନ୍ତି । ଦାବି ଗୁଡିକ ମଧ୍ୟରେ ମୁଖ୍ୟତ ବିଦ୍ୟୁତ ପ୍ରକଳ୍ପ ପାଇଁ କମ୍ପାନୀ କେତେ ଅଚଂଳ ନେଇଛି କଣ ସବୁ ଚୁକ୍ତି କରିଛି,କମ୍ପାନି ପ୍ରତିଷ୍ଟା ହେବା ଠାରୁ ଆଖପାଖ ଗ୍ରାମର କେତେ ଟଙ୍କାର କିକି ଉନ୍ନତି ହୋଇଛି ,ଏହି ବିଦ୍ୟୁତ ପ୍ରକଳ୍ପ ରେ ସ୍ଥାନୀୟ କେତେ ଜଣ ଯୁବକଙ୍କୁ କର୍ମନିଯୁକ୍ତି ଦିଆଯାଇଛି,ବିଦ୍ୟୁତ ଉତ୍ପନ କ୍ଷମତା କେତେ ଅଛି ,ଏଠାରେ କେତେ ଜଣ କର୍ମଚାରି କାମକରୁଛନ୍ତି କମ୍ପାନି କାର୍ଯ୍ୟର ତଥ୍ୟ ତୁରନ୍ତ ଗ୍ରାମବାସୀ ମାନଙ୍କୁ ଦିଅନ୍ତୁ ଓ କୋପ୍ରା,ବାରା,ବରବୁନ୍ଦିଆଗୁଡା ଗ୍ରାମ ସହ ଅନ୍ୟ ଗ୍ରାମ ଗୁଡିକର ଉନ୍ନତି ପ୍ରତି ଗୁରତ୍ୱ ଦିଅନ୍ତୁ ବୋଲି ମୀନାକ୍ଷୀ ବିଦ୍ୟୁତ ପ୍ରକଳ୍ପ ଅଧିକାରୀଙ୍କୁ ଗ୍ରାମବାସୀ ମାନେ ଏକ ଦାବିପତ୍ର ଦେଇଛନ୍ତି । ୧୨ଟି ଗ୍ରାମର ଶତାଧିକ ମହିଲା ଓ ପୁରଷ ମାନେ କମ୍ପାନୀ ବିରୋଧରେ ସ୍ଲୋଗାନ ଦେଇ କିଆଙ୍ଗ ଠାରେ ଏକ ସୋଭା ଯାତ୍ରା କରିବା ସହିତ ଧାରଣାରେ ବସିଥିଲେ । ଅପରାହ୍ନରେ ଉଦୟଗିରି ମିନାକ୍ଷୀ ବିଦ୍ୟୁତ ପ୍ରକଳ୍ପ କମ୍ପାନୀର ପରିଚାଳକ ବି କ୍ଷୋଭ କାରି ମାନଙ୍କ ନିକଟରେ ପହଁଚି ଆସନ୍ତା ୨୦ଦିନ ମଧ୍ୟରେ ଗ୍ରାମବାସୀଙ୍କ ଦାବିପୁରଣ କରାଯିବ ବୋଲି ପ୍ରତିସୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହର କରାଯାଇଥିଲା ।