Odiapua.com

୫ଟି ଅଧ୍ୟକ୍ଷଙ୍କ ଆଖୁଆପଦା ଗସ୍ତ, ପ୍ରସ୍ତୁତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ଆଖୁଆପଦା ପଡିଆରେ ଆଗାମୀ ୨୪ ତାରିଖରେ ଅନୁଷ୍ଠିତ ସାଧାରଣ ସଭାରେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଯୋଗଦେବେ । ସେଠାରୁ ବୈତରଣୀ ନଦୀର କଣ୍ଟିଘାଇ, ନଦୀବନ୍ଧ, ପରିଦର୍ଶନ କରିବା ସହ ଧାମନଗର ଯାଇ ଗୌରାଙ୍ଗପୁର ଓ ମଲ୍ଲିମାହାରା ଏସକେପ ପରିଦର୍ଶନ କରିବେ । ଗତ ୧୯ ତାରିଖରେ ୫ଟି ଅଧ୍ୟକ୍ଷଙ୍କ ଗସ୍ତ ସୂଚୀ ଅନୁଯାୟୀ ଯାତାୟତ ରାସ୍ତା ସ୍ଥିର କରାଯାଇଥିଲା । ସେହି ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ, ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ସାହୁ, ବିଡିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ ପ୍ରମୁଖ ଆଖୁଆପଦା ପଡିଆ ସହ ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ଓ ସେଠାରୁ ଦେହୁଡି ଆନନ୍ଦପୁର ରାସ୍ତାର ଉନ୍ନତିକରଣ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ।