Odiapua.com

୪ ସିନିୟର ରେଭିନ୍ୟୁ ଆସିଷ୍ଟାଂଟଙ୍କ ପଦୋନ୍ନତି

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାର ୪ ଜଣ ସିନିୟର ରେଭିନ୍ୟୁ ଆସିଷ୍ଟାଂଟଙ୍କର ବିଭାଗୀୟ ପଦୋନ୍ନତି ମିଳିଛି। ଏମାନେ ହେଲେ ଧାମନଗର ତହସିଲ କାର୍ଯ୍ୟାଳୟର ତାପସ କୁମାର ପଣ୍ଡା, ଭଣ୍ଡାରିପୋଖରୀ ବ୍ଲକ୍‌ର ସୁରେନ୍ଦ୍ର କୁମାର ସାହୁ, ତିହିଡି ବ୍ଲକ୍‌ର ଦାଶରଥି ସାମଲ ଓ ଭଦ୍ରକ ସବକଲେକ୍ଟର ଅଫିସର ରାଜକୁମାର ସେଠୀଙ୍କୁ ସେକ୍ସନ ଅଫିସର ଭାବେ ପଦୋନ୍ନତି ଦିଆଯାଇଛି। ସିନିୟର ରେଭିନ୍ୟୁ ଆସିଷ୍ଟାଂଟ ତାପସ କୁମାର ପଣ୍ଡାଙ୍କୁ ଭଦ୍ରକ ତହସିଲର ସେକ୍ସନ ଅଫିସର, ସୁରେନ୍ଦ୍ର କୁମାର ସାହୁଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ବିଭାଗର ସେକ୍ସନ ଅଫିସର, ଦାଶରଥି ସାମଲଙ୍କୁ ଜିଲା ସମାଜ ମଙ୍ଗଳ ଅଫିସର ଓ ରାଜକୁମାର ସେଠୀଙ୍କୁ ଚାନ୍ଦବାଲି ତହସିଲର ସେକ୍ସନ ଅଫିସର ଭାବେ ଚିଠି ନଂ ୫୫୩୩ ମୂଳେ ନିଯୁକ୍ତି ଦିଆଯାଇଛି।