Odiapua.com

୪ ବାଲିଗାଡିରୁ ୭୬ ହଜାର ଜରିମାନା ଆଦାୟ

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ତହସିଲଦାର ଆଜି ୪ ବେଆଇନ ପରିବହନକାରୀ ବାଲିଗାଡିରୁ ୭୬ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି। ୧୬ ନଂ ଜାତୀୟ ରାଜପଥର ଛତାବର ଛକରୁ ୨ଟି ବାଲିବୋଝେଇ ଟ୍ରକ ଓ ଚନ୍ଦ୍ରଭାନୁପୁର ନାକାବନ୍ଦୀ ନିକଟରୁ ୨ଟି ହାଇୱା ବାଲିବୋଝେଇ ଗାଡିରୁ ଏହି ଜରିମାନା ତହସିଲଦାର ସରୋଜକାନ୍ତ ନାୟକ ଆଦାୟ କରିଛନ୍ତି। ସେହିପରି ଗତ ଶୁକ୍ରବାର ରାଜପଥରୁ ୫ଟି ବାଲିବୋଝେଇ ହାଇୱା ଯାନରୁ ୧, ୧୮ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ନେଇ ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି।