Odiapua.com

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ରାଉରକେଲା,୨୧/୧୦,(ଓଡ଼ିଆ ପୁଅ ପି ନାଏକ): ଜଣେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ରାଉରକେଲା ନିକଟ ହାତିବାରୀ ଥାନା ଅଞ୍ଚଳରେ ଘଟିଛି । ଅଭିଯୋଗ ଅନୁସାରେ,  ଶିଶୁକନ୍ୟା ଜଣକ ଘର ନିକଟରେ ଖେଳୁଥିବା ସମୟରେ ଗାଁର ଗୋକୁଳ ବଡାଇକ ନାମକ ଜଣେ ଯୁବକ ଚକୋଲେଟର ପ୍ରଲୋଭନ ଦେଖାଇ ଶିଶୁକନ୍ୟାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ଥିଲା । ପରେ ସେଠାରେ ତାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ  ଶିଶୁର କାନ୍ଦ ଶୁଣି ପରିବାର ଲୋକ ଏବଂ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଗୋକୁଳକୁ ନିସ୍ତୁକ ମାଡମାରି ପୋଲିସର ଜିମା ଦେଇଥିଲେ । ପୋଲିସ ଦୁଷ୍କର୍ମ ଉଦ୍ୟମ ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।