Odiapua.com

୪ ନୂଆ ଆକ୍ରାନ୍ତଙ୍କୁ ନେଇ ସଂଖ୍ୟା ୨ଶହ ଟପିଲା : ମୋଟ ଆକ୍ରାନ୍ତ ୨୦୧, ସୁସ୍ଥ ୧୭୭, ଆକ୍ଟିଭ ୨୪, ସାମ୍ପୁଲ ଟେଷ୍ଟ ୮୩୦୨

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଛି। ଆଜି ୪ ଜଣ ନୂଆ ଆକ୍ରାନ୍ତଙ୍କୁ ନେଇ ସଂଖ୍ୟା ପହଞ୍ଚିଛି ୨୦୧ରେ। ତେବେ ଏହି ୨୦୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ସୁଦ୍ଧା ସୁସ୍ଥ ହୋଇ ସାରିଛନ୍ତି ୧୭୭ଜଣ। ମାତ୍ର ୨୪ଜଣ ଆକ୍ରାନ୍ତ ଆକ୍ଟିଭ କେଶ୍ ଭାବେ ରହିଛି। ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୮୩୦୨ଜଣଙ୍କ ସାମ୍ପୁଲ ଟେଷ୍ଟ ଶେଷ ହୋଇଛି ବୋଲି ଜିଲ୍ଲାପାଳ ଡ- ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୪ଟି ନୂଆ କେଶ୍ ସମସ୍ତ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଛି। ଗୋଟିଏ କେଶ ଭଦ୍ରକ ବ୍ଲକ କାଉପୁର ନୋଡାଲ ସ୍କୁଲ ଟିଏମସିରୁ, ଗୋଟିଏ ଧାମନଗର ଏନଏସି ଅନ୍ତର୍ଗତ ଧାମନଗର ହାଇସ୍କୁଲ ଟିଏମସି, ଗୋଟିଏ କେଶ ଭଣ୍ଡାରିପୋଖରୀ ବ୍ଲକ ସରସଦା ହାଇସ୍କୁଲ ଟିଏମ୍ସିରୁ ଏବଂ ଅନ୍ୟଟି ଭଦ୍ରକ ବ୍ଲକ ଓଲଙ୍ଗ ସ୍ଥିତ ଆଦର୍ଶ ବିଦ୍ୟାଳୟ କୋବିଡ଼ କେୟାର ସେଣ୍ଟରରୁ। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଦୁଇଜଣ ଆନ୍ଧ୍ରପ୍ରଦେଶ, ଜଣେ ଉତ୍ତରପ୍ରଦେଶ ଏବଂ ଜଣେ ନୂଆଦିଲ୍ଲୀରୁ ଆସିଥିଲେ।