Odiapua.com

୪ ଗୋଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାର ଶୁଭ ଉଦ୍‌ଘାଟନ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାତ ଭଉଣୀ ଠାରୁ ଚୁନିଦା ୪ କି.ମି. ଏବଂ ବନ୍ତ ବ୍ଲକର ୩ ଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଆଜି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ଶିତାଶୁଂ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ଜିଲ୍ଲାପାଳ ଦୀଲ୍ଲିପ୍ ରାଉତରାୟ ପ୍ରମୁଖ ଶୁଭ ଉଦ୍‌ଘାଟନ କରିଥିଲେ । ମଧ୍ୟାହ୍ନରେ ଜାମବଣୀ ଛକ ଠାରେ ଥିବା ବୋଡକପାଟଣା- ଟିଲୋ ଭାୟା ସରମରା ୫ କି.ମି. ଶହେ ମିଟର, ଓଡଙ୍ଗମଇଁଷିଡିହ-ଭରର୍ସିଂପୁର ଭାୟା ଶାହାଡାଗଢିଆ ସୁଆଁପଦା ୨ କି.ମି ୭ ଶହ ମିଟର , ଅଡାଳପଙ୍କ -ମିଠିଗାଁ ଭାୟା ବେଲଗଢିଆ ୩ କି.ମି.୭ ଶହ ମିଟରକୁ ଲଗାଇ ପାଖାପାଖି ୧୬ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାକୁ ଗମନା ଗମନ ପାଇଁ ଅଂଚଳବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବିଜେପି ବିଧାନସଭା ନେତା ଡଃ.ସୁଧାଶୁ ଶେଖର ନାୟକ ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଜନର ନିର୍ବାହୀ ଯନ୍ତ୍ରୀ କାନନ ପ୍ରଧାନ ଉତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଅତିଥିଙ୍କୁ ସ୍ୱାଗତ କରିଥିଲେ । ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ନଡିଆ ପିଟା ଯାଇଥିଲା । କାର୍ଯ୍ୟକ୍ରମରେ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ସୁପର୍ଣ୍ଣା ସୋରେନ୍‌, ସହକାରୀ ଯନ୍ତ୍ରୀ ସୁରଥ ବେହେରା ଙ୍କ ସମେତ ଶତାଧିକ ଅଂଚଳବାସୀ ଓ ଦଳୀୟ କର୍ମୀ ଆଲୋକ ରାଉତ, ବିପିନ୍ ନାୟକ, ବିଜୟ ଜେନା, ପରମେଶ୍ୱର ବାରିକ, ସନ୍ତୋଷ ନାୟକ, ଅମୂଲ୍ୟ ରତ୍ନ ନନ୍ଦ, ହେମନ୍ତ ମଳ୍ଳିକ୍ ମାନେ ଉପସ୍ଥିତ ଥିଲେ । ସାତଭଉଣୀ ସମେତ ବନ୍ତ ବ୍ଲକର ୩ ଗୋଟି ରାସ୍ତା ନିର୍ମାଣ କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବା ପରେ ଭଦ୍ରକ ବ୍ଲକ, ବନ୍ତ ବ୍ଲକ ଓ ହାଟଡିହୀ ବ୍ଲକର ପାଖାପାଖି ୧୫ ରୁ ଉର୍ଦ୍ଧ ପଂଚାୟତ ବାସୀ ଗମନା ଗମନ କ୍ଷେତ୍ରରେ ସୁବିଧା ପାଇ ପାରିବେ ।