Odiapua.com

୪ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ ଦୀର୍ଘ ସମୟ ଆମ୍ବୁଲାନ୍ସ ନଆସିବାରୁ ପାହାଡ ତଳେ ପ୍ରସବ କଲେ ନବଜାତ ଶିଶୁକନ୍ୟା

ଖଡିଆଳ/ନୂଆପଡା-୦୨.୦୭.୧୯(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲାରେ ଅନେକ ଅଗମ୍ୟ ଦୁର୍ଗମ ଅଂଚଳ ରହିଅଛି। ଆଜିବି ଅନେକ ସୁବିଧା ଅପହଂଚ ହୋଇପଡିରହିଛି। ଗ୍ରାମକୁ ସଡକ ଖଣ୍ଡେ ନଥିବା ବେଲେ ଅନେକ ମୌଳିକ ସୁବିଧା ନାହିଁ କହିଲେ ଚଳେ। ନୂଆପଡାର ବହୁ ଚର୍ଚ୍ଚିତ ଖଡିଆଳ ବ୍ଲକ ପାହାଡିଆ ଅଂଚଳ ସମାଡପଦର ଗ୍ରାମ ପ୍ରମିଳା ମାଝୀ ନାମ୍ନି ମହିଳାଙ୍କୁ ମଙ୍ଗଳବାର ସକାଳ ୮ ଘଣ୍ଟା ସମୟରେ ଗର୍ଭ ଯନ୍ତ୍ରଣା ହେବାରୁ ଖଟରେ ବୁହା ହୋଇ ୪ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରି ତଳକୁ ଅଣାଯାଇଥିଲା। ପାହାଡ ତଳକୁ ଆସିବା ପରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ପକ୍ଷରୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା। ହେଲେ ଆମ୍ବୁଲାନ୍ସ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଆସିବାରୁ କିଛି ସମୟ ପରେ ମହିଲା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ନବଜାତ ଶିଶୁ କନ୍ୟା ସହିତ ମା ଙ୍କୁ ପୁଣି ଖଟରେ ବୁହାହୋଇ ନିଜ ଘରକୁ ନେଇଯାଇଥିଲେ। ସୂଚନା ଥାଉକି ଖଡିଆଳ ବ୍ଲକ ସମାଡପଦର ଗ୍ରାମ ସମୁଦ୍ର ପତନର ୭୦୦ ଫୁଟ ଉଚ୍ଚରେ ଅବସ୍ଥିତ। ଏଠାରେ ପାହାଡିଆ ଗ୍ରାମରେ ୭୦ ପରିବାର ବସବାସ କରନ୍ତି। ସମାଡପଦର ଗ୍ରାମ ଘଂଚ ଜଙ୍ଗଲ ପାହାଡିଆ ଗ୍ରାମ ହୋଇଥିବାରୁ କୌଣସି ରାସ୍ତା ନାହିଁ। ଗର୍ଭବତୀ ମହିଲା ମାନଙ୍କୁ ଖଟରେ ବୁହାହୋଇ ତଳକୁ ଆଣିଲାପରେ ଆମ୍ବୁଲାନ୍ସ ଗାଡିରେ ନିଆଯାଇଥାଏ। ଯଦି ଆମ୍ବୁଲାନ୍ସ ଠିକ ସମୟରେ ନ ପହଂଚେ ତେବେ ଗ୍ରାମର ଅନେକ ମହିଲା ମୃତ୍ୟୁ ମୁଖରେ ପଡିଥିବା ଜଣାଯାଏ। ବର୍ତମାନ ଭାରତ ବର୍ଷର ବୈଜ୍ଞାନିକ ମାନେ ଚନ୍ଦ୍ର ପୃଷ୍ଠରେ ଯାଇ ପହଂଚି ସାରିଥିବା ବେଲେ ଆଜି ଗର୍ଭବତି ମହିଲା ମାନଙ୍କୁ କୁ ଖଟରେ ବୁହାହେବା ପରି ଘଟଣା ମୁଣ୍ଡକୁ ତଳକୁ କରିଦେଉଛି। ପ୍ରଶାସନ ସବୁ ଜାଣିବି ଅଜଣା ରହୁଥିବା ବୁଦ୍ଧିଜିବୀ ମହଳରେ ଉଦବେଗ ପ୍ରକାଶ ପାଇଛି। ସୂଚନା ଥାଉକି ଗତ ଏକ ବର୍ଷ ତଲେ ନୁଆପଡା ଜିଲ୍ଲାପାଳ ପୋମା ଟୁଡୁ ଉକ୍ତ ସମାଡପଦର ଗ୍ରାମକୁ ଯାଇ ସେଠିକାର ଅସୁବିଧା ବୁଝିଥିଲେ। ସମାଡଦର ଗ୍ରାମର ମୈାଳିକ ସୁବିଧା ପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଜିଲ୍ଲାପାଳ ଙ୍କ ଗସ୍ତର ଏକ ବର୍ଷ ପରେ ମଧ୍ୟ ସମାଡପଦର ଗ୍ରାରେ କୈାଣସି ସୁବିଧା ହୋଇ ପାରିଲା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଲେ ୧୯୯୩ ମସିହାରୁ ଉକ୍ତ ସମାଡପଦର ଗ୍ରାମ କୁ ୩ ଜଣ ଜିଲ୍ଲାପାଳ ଯାଇଛନ୍ତି।