Odiapua.com

୪ ଓ ୫ ରେ ବୀରଗୋବିନ୍ଦପୁରରେ ଦକ୍ଷିଣକାଳୀ ମନ୍ଦିରକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହେଲା

ପୁରୀ ୨ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦୀପାବଳିରେ ପୁରୀ ଵୀରଗୋବିନ୍ଦପୁର ର ଦକ୍ଷିଣ କାଳୀ ମନ୍ଦିର ହଜାର ହଜାର ଭକ୍ତ ଙ୍କ ଭିଡ଼ ହୋଇ ଥାଏ। ତେବେ କୋଭିଡ ସ୍ଥିତି ବଳବତ୍ତର ଥିବା ରୁ ପୂର୍ବ ବର୍ଷ ଭଳି ଚଳିତ ଦୀପାବଳି ଦିନ ମଧ୍ୟ ଦକ୍ଷିଣକାଳୀ ମନ୍ଦିର ଅଂଚଳ ରେ ୧୪୪ ଧାରା ଜାରି କରାଯିବ। ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବା ରୁ ଏହି କଟକଣା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ୪ ଓ ୫ ତାରିଖ ଦୁଇ ଦିନ ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣ ରେ ୧୪୪ ଧାରା ପ୍ରଶାସନ ପକ୍ଷରୁ ଲଗାଯାଇଛି। ଏଣୁ ସେଠାକୁ କୌଣସି ଭକ୍ତ ନ ଯିବା କୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି। କେଵଳ ସୀମିତ ସଂଖ୍ୟକ ସେବାୟତ ଙ୍କୁ ନେଇ କେଵଳ ପୂଜା ବିଧି ଅନୁଷ୍ଠିତ ହେବ। ସେପଟେ ଶ୍ରୀମନ୍ଦିର ପ୍ରଶାସନର SOP ଗାଇଡ଼ ଲାଇନ ଅନୁଯାୟୀ ଦୀପାବଳି ରେ ଶ୍ରୀମନ୍ଦିର ରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ଅତ୍ୟଧିକ ଭିଡ଼ ହେବା ଆଶଙ୍କା କୁ ଦୃଷ୍ଟି ରେ ରଖାଯାଇ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଶ୍ରୀମନ୍ଦିର ରେ ଦର୍ଶନ ବନ୍ଦ ରହିବ। ସେହିପରି ଶ୍ରୀମନ୍ଦିର ସମୁଖ ଭକ୍ତ ମାନେ କାଉଁ ରିଆ କାଠି ଜଳିବା ନେଇ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କାଉଁ ରିଆ କାଠି ଧୂଆଁ ରେ ବାୟୁ ମଣ୍ଡଳ ପ୍ରଦୂଷିତ ହେବାର ସମ୍ଭାବନା ଥିବା ବେଳେ କୋଭିଡ ସଂକ୍ରମଣ ବଢିବା ଆଶଙ୍କା ରହିଛି। ଏଣୁ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ରେ ଦୀପାବଳି ରେ କାଉଁ ରିଆ କାଠି ଜଳିବା ନେଇ ଭକ୍ତ ଙ୍କ ଉପରେ କଟକଣା ଲାଗୁ କରାଯାଇଛି।