Odiapua.com

୪୮ ଘଣ୍ଟା ଯାଏଁ କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ

କେନ୍ଦ୍ରାପଡ଼ା ୫-୬ (ଓଡ଼ିଆ ପୁଅ) : ସାଂପ୍ରଦାୟିକ ହିଂସା ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ବୁଧବାର ଠାରୁ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ ସେବାକୁ ବ୍ଲାକଆଉଟ୍ କରିଛନ୍ତି। ଆଇନ୍-ଶୃଙ୍ଖଳା ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖବର ମୁତାବକ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ କାରଣରୁ କେନ୍ଦ୍ରାପଡାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି। ସୋସିଆଲ ମିଡିଆରେ ଏକ ମିଛ ବାର୍ତ୍ତା ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ସୋସିଆଲ ମିଡିଆ ଅପବ୍ୟବହାର ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି। ଗୃହ ବିଭାଗ ପକ୍ଷରୁ ସେବା ବନ୍ଦ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ଣ ୧୧ଟା ୩୦ ରୁ ଆରମ୍ଭ ହୋଇଥିବା ବ୍ଲାକଆଉଟ୍ ୪୮ ଘଣ୍ଟା ଯାଏଁ ଜାରି ରହିବ।