Odiapua.com

୪୭୮ କଫସିରଫ୍ ବୋତଲ ଜବତ

ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସଦର ଥାନା ପୋଲିସ୍ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟଗାଁ ଛକରେ ଚଢାଉ କରି ୩ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ୍ ୪୭୮ଟି କଫସିରଫ୍ ବୋତଲ ଜବତ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବାଟଗାଁର ସରୋଜ କୁମାର ମହାନ୍ତି, ମାର୍କଣ୍ଡେଶ୍ୱର ସାହିର ବାଲ୍ମିକୀ ପ୍ରଧାନ, ପୋଲିସ୍ ଲାଇନ୍ ଛକର କେ ମହେଶ୍ୱର ଆଚାରୀ। ଏହି ୩ଜଣ ବାଟଗାଁ ଛକରେ କଫସିରଫ୍ ବିକ୍ରି କରୁଥିବାବେଳେ ପୋଲିସ୍ ଚଢାଉ କରିଥିଲେ।