Odiapua.com

୪୭ତମ ଶିଶୁ ଦିବସ ପାଳନ ଅବସରରେ କରୋନା ଯୋଦ୍ଧା ସମ୍ମାନିତ

ତାଳଚେର,୧୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତୋଫାନ ଯୁବକ ସଂଘ,ଘଣ୍ଟପଡ଼ା ଆନୁକୂଲ୍ୟରେ ପାଳିତ ୪୭ତମ ଶିଶୁ ଦିବସ ପାଳନ ଅବସରରେ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହାପରେ ଦିବଙ୍ଗତ ସ୍ୱର୍ଗତ ମହେଶ ଚନ୍ଦ୍ର ପ୍ରଧାନ,ସ୍ୱର୍ଗତ ଦିନେଶ ପଟ୍ଟନାୟକ,ସ୍ୱର୍ଗତ ସୁଶାନ୍ତ ଦାସ, ଏବଂ ଡାକ୍ତର ବିଶ୍ୱନାଥ ରାଉତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥିଭାବେ ଘଣ୍ଟପଡ଼ା ଗ୍ରାମର ସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ,ମୂଖ୍ୟ ବକ୍ତା ଭାବେ ଗୋଡ଼ିବନ୍ଧ ସିଏଚସି ର ଆୟୁଷ ଡାକ୍ତର ମେଡ଼ିକାଲ ଅଧିକାରୀ ଡାକ୍ତର ସୁବ୍ରତ କୁମାର ସାହୁ ଯୋଗ ଦେଇଥିଲେ । ତୋଫାନ ଯୁବକ ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ଧୀରେନ୍ଦ୍ର କୁମାର ଦାସଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଆୟୋଜିତ ଶିଶୁ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ତାଳଚେର ତହସିଲଦାର ଗୈାରୀ ନାଏକ,ଡାକ୍ତର ବିନୋଦ କୁମାର ଦାସ,ଏଏନଏମ୍ ସ୍ନେହଲତା ସାହୁ, ପରିଚାଳିକା ମନିଶା ସାହୁ,ପ୍ରିୟଦର୍ଶିନୀ ସାହୁ,ରିଜାରାଣୀ ମହାନ୍ତି,ଆଶାକର୍ମୀ ସ୍ନେହଲତା ସାହୁ,ସାବିତ୍ରୀ ବେହେରା,ଲକ୍ଷ୍ମୀ ସାହୁ,ବୀଣାପାଣି ସାହୁ,ରଜନୀ ପ୍ରଧାନ,ଅଙ୍ଗନୱାଡ଼ି କର୍ମୀ ଦ୍ରୈାପଦୀ ଦେହୁରୀ,ଭାରତୀ ସାହୁ,ଜ୍ୟୋସ୍ନା ମୟୀ ବିଶ୍ୱାଳ,କଳ୍ପନା ଭଞ୍ଜ,ସୁଜାତା ରାଉଳ,ସୁସ୍ମିତା ସାହୁ,ସସ୍ମିତା ସାହୁ,ରଶ୍ମିତା ବେହେରା,ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଦେବାଶିଷ ବାରିକ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ନିତିନ ସାହୁଙ୍କୁ ମାନପତ୍ର ସହ ଟ୍ରଫି ପଦାନ କରାଯାଇଥିଲା । ସଂଘର କୋଷାଧ୍ୟକ୍ଷ କୃଷ୍ଣ ସାହୁ ମଂଚ ପରିଚାଳନା କରିଥିଲେ । ସଂଘର କାର୍ଯ୍ୟକର୍ତା ସମୀକ୍ଷକ ମନୋରଞ୍ଜନ ଦାସ,କାହ୍ନୁ ଚରଣ ଦାସ, ମନୋଜ ଦାସ,ବିଜୟ ଦାସ,ପ୍ରଶାନ୍ତ ଦାସ,ଅନିଲ ଦାସ,କୁମୁଦ ଦାସ,ସୁଭାଷ ପ୍ରଧାନ,ସତ୍ୟମ ସାହୁ, ପ୍ରଭଞ୍ଜନ ସାହୁ,ଯଶୋବନ୍ତ ଦାସ,ଦୁର୍ଗା ଚରଣ ଦାସ, ରାମଚନ୍ଦ୍ର ଦାସ,ଗୈାର ଚନ୍ଦ୍ର ଦାସ,ବିଭୁତି ଦାସ ଓ ଅନ୍ୟାନ୍ୟ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।