Odiapua.com

୪୭ତମ ଦେବ ଦୀପାବଳି ଭଜନ ସମାରୋହ

ପୁରୀ, ୧୫/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ୪୭ତମ ଦେବ ଦୀପାବଳି ଭଜନ ସମାରୋହ ଶ୍ରୀକ୍ଷେତ୍ର କଳା ସାଂସ୍କୃତିକ ସଂସଦ ପକ୍ଷରୁ ସିଂହଦ୍ୱାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭଜନ ସମାରୋହ ଉତ୍ସବରେ ବିଧାୟକ ଜୟନ୍ତ କୁମାର ଶଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁବାଷ ଦାସ, କୁମାର ବାପି, ଶ୍ରୀଚରଣ ମହାନ୍ତି, ରବିନ୍ଦ୍ର ମହାପାତ୍ର, ମାନସୀ ପାତ୍ର, ଅଞ୍ଜଳୀ ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ, ସୁଧାକର ମିଶ୍ର, ଗଗନ ବିହାରୀ ଜେନା, ଶୈଳଭାମା ମହାପାତ୍ର, ଅସୀମା ପଣ୍ଡା, ପତିତପାବନ ଦାସ, କରୁଣାକର ସେଠୀ ପ୍ରମୁଖ ଭଜନ ମାଧ୍ୟମରେ ମହାପ୍ରଭୁଙ୍କୁ ଭକ୍ତ ଅର୍ଘ୍ୟ ଅପ୍ରଣ କରିଥିଲେ। ଅନୁଷ୍ଠାନର ସଭାପତି ମହାବୀର ସିଂହାରୀ, ତଳୁଚ୍ଛ ନିତ୍ୟାନନ୍ଦ ମହାପାତ୍ର କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀକ୍ଷେତ୍ର କଳା ସାଂସ୍କୃତିକ ସଂସଦର ସାଧାରଣ ସଂମ୍ପାଦକ ଉମେଶ ଚନ୍ଦ୍ର ଖୁଣ୍ଟିଆ ବାର୍ଷିକ ବିବରଣୀ ପାଠ କରିଥିଲେ। ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ଶିବ ପ୍ରସନ୍ନ ପଣ୍ଡା, ଯୋଗେନ୍ଦ୍ର ମହାରଣା, ପୁର୍ଣ୍ଣଚନ୍ଦ୍ର ମହାନ୍ତି ଓ ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମର ପରିଚାଳନାରେ ସହାୟତା କରିଥିଲେ। ବାଦ୍ୟଯନ୍ତ୍ରରେ ମାନସ ପଣ୍ଡା, ସନ୍ତୋଷ କର, ମନୋଜ ଦତ୍ତ, ବାବୁଲି, ମିଷ୍ଟର ଶ୍ୟାମ, ରବିନାରାୟଣ ଦାସ ପ୍ରମୁଖ ସହାୟତା କରିଥିଲେ।