Odiapua.com

୪୬ତମ ଜାତୀୟ ସ୍ତରୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା, ଭଦ୍ରକ ଜିଲ୍ଲାରୁ ଦିପ୍ତିମୟୀ ଦାସ ଓ ଇତିଶ୍ରୀ ପାତ୍ର ମନୋନୀତ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ୪୬ତମ ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଟି ୨୩ଡିସେମ୍ବର ରୁ ଆରମ୍ଭ ହୋଇ ୨୮ ଡିସେମ୍ବର ୨୦୨୪ ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ବାଳିକା ଦଳରେ ଭଦ୍ରକ ଜିଲ୍ଲାରୁ ଦିପ୍ତୀମୟୀ ଦାସ ଏସବିଡି ଇଂଟରନେସନାଲ୍ ସ୍କୁଲ ର ଯୁକ୍ତ ଦୁଇ କଳା ଦିତୀୟ ବର୍ଷର ଛାତ୍ରୀ ଓ ଇତିଶ୍ରୀ ପାତ୍ର ଆଟିଆଇ ଭଣ୍ଡାରୀ ପୋଖରୀ ର ଛାତ୍ରୀ ସ୍ଥାନ ପାଇଛନ୍ତି । ଏହି ସଫଳତା ପଛରେ ଏସବିଡି ଇଂଟରନ୍ୟାସନାଲ ସ୍କୁଲ୍ ର କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ ଙ୍କ ର ପ୍ରଚେଷ୍ଟା ରହିଥିବା ବେଳେ ଏସବିଡି ଇଂଟରନେସନାଲ୍ ସ୍କୁଲ ର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଓ ଚେୟାର୍ ମେନ୍ ଦେବାଶିଷ୍ ଦିକ୍ଷୀତ୍ , ଶୁଭେଚ୍ଛା ଜଣାଇବା ସହିତ ଭଦ୍ରକ ଜିଲ୍ଲା ହ୍ୟାଣ୍ଡବଲ ସଂଘ ର ସଂପାଦକ ସିରାଜୁଦିନ୍ ଖାନ୍ କୋଚ୍ ସେକ୍ ଗୋଲାପ ଶୁଭେଚ୍ଛ। ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି।