ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ବୁଧବାର ଅପରାହ୍ନ ୪ଘଟିକା ରେ ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଜିଲ୍ଲାପାଳ ଦିଲୀପ ରାଉତରାଏ ଙ୍କ ସଭାପତିତ୍ୱରେ ୪୫ ତମ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ,ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଆଞ୍ଚଳିକ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ସହାୟକ ପରିବହନ ଅଧିକାରୀ ଶ୍ରୀକାନ୍ତ ଦାସ ସଭ୍ୟ ରୋ. ଅତିସ ବେହେରା, ବସ ସିଣ୍ଡିକେଟ ସଭାପତି ଶ୍ରୀନିବାସ ପତି, ସାମ୍ବାଦିକ ରବିନାରାୟଣ ଖିଲାର, ପୂର୍ତ୍ତ ବିଭାଗ ଅଧିକାରୀ ଦେବୀ ପ୍ରସର୍ନ ଘୋଷ, ଗଣେଶ ହେମ୍ବ୍ରମ, ଏମ ଭି ଆଇ ବାମଦେବ ସାହୁ ଆଞ୍ଚଳିକ ସହ ଅଧିକାରୀ ରଞ୍ଜନ କୁମାର ନାୟକ, ସେକ ଅବଦୁଲ ରହିମ, ଶର୍ମିଷ୍ଠା ମିଶ୍ର,ପ୍ରମୁଖ ଯୋଗଦେଇ ଥିଲେ ।୧୬ ନଂ ଜାତୀୟ ରାଜପଥ ର ବିଷ୍ଣୁପୁର ଓ ବାରିକପୁର ରାସ୍ତା ନିର୍ମାଣ, ଗେଲପୁରରୁ ଜ୍ୟୋତି କନଭେଣ୍ଟ ସ୍କୁଲ ରାସ୍ତା ନିର୍ମାଣ,ନୂଆ ବସ ଷ୍ଟାଣ୍ଡ ରୁ ଡାହାଣିଗଡ଼ିଆ ପର୍ଯ୍ୟନ୍ତ ଆଲୋକିକରଣ ଉପରେ ବିଷଦ ଆଲୋଚନା କରାଯାଇଥିଲ।ଏନ ଏଚ ଅଧିକାରୀ ମାନେ ସେପ୍େଟମ୍ବର ମାସ ଶେଷ ସୁଧା ରାସ୍ତା ଆଲୋକୀ କରଣ ଶେଷ ହେବ ଓ ଏନ ଏଚ ଅଧିକାରୀ ବିଶ୍ୱଜିତ ମହନ୍ତ କହିଥିଲେ ଆସନ୍ତା ଅକ୍ଟୋବର ସୁଧା ରାସ୍ତା ନିର୍ମାଣ ଶେଷ ହେବ ବୋଲି କହିଥିଲେ।ଜାତୀୟ ରାଜପଥ ର ନଳାଙ୍ଗ ନିକଟ,ଓରିୟନ ହୋଟେଲ ପାଖରେ , ବନ୍ତ ଛକ ନିକଟରେ ବେଆଇନ ଅଟୋ ଓ ବସ ବେଆଇନ ପାର୍କିଂ ବନ୍ଦ କରିବା ପାଇଁ ମଧ୍ୟ ସଭ୍ୟ ମାନେ ଜିଲ୍ଲାପାଳ, ଏସପି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏଥି ସହିତ ଦୁର୍ଘଟଣା ଅଂଚଳ ରେ ସିସି ଟିଭି ଲଗାଇବା, ହେଲମେଟ ପନ୍ଧିବା, ଦ୍ରୁତ ବେଗରେ ଗାଡି ଚାଳକ ଉପରେ କାର୍ଯ୍ୟାନୁଷ୍ଠାନ, ସ୍କୁଲ ଗାଡି, ଅଟୋ ଗୁଡିକ ତଦନ୍ତ କରାଯିବ ବୋଲି ସ୍ଥିର କରାଯାଇଛି। ଗତ ୨୦୨୪ ମସିହା ରେ ୨୦୭ ଟି ଦୁର୍ଘଟଣା ହୋଇ ୧୧୭ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୩ ଜଣ ଆହତ ହୋଇଥିଲେ ।ସେହିପରି ୨୦୨୫ମସିହା ରେ ତାହା କ୍ରମଶଃ ହ୍ରାସ ପାଇ ଅଦ୍ୟାବଧି ୧୭୦ ଟି ଦୁର୍ଘଟଣା ଘଟି ଅଦ୍ୟାବଧି ୯୩ ଜଣଙ୍କର ମୃତ୍ୟୁ ଘଟିଥିବା ଓ ୧୬୩ଜଣ ଆହତ ହୋଇଥିବା ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି ।