Odiapua.com

୪୩ବର୍ଷରେ ପହଞ୍ଚିଲା ବଡରମ୍ପାସ ଦୁର୍ଗାପୂଜା

ହାଟଡ଼ିହି, ୧୬ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସରେ ଚାଲିଥିବା ଦୁର୍ଗାପୂଜା ୪୩ବର୍ଷରେ ପହଞ୍ଚିଛି । ଏଥିପାଇଁ ପୁରା ଗ୍ରାମରେ ପୂଜାର ମାହୋଲ ସୃଷ୍ଟି ହୋଇଛି । ମା ଙ୍କ ପୀଠରେ ବିଲ୍ୱାଧିବାସ, କରାଯିବାପରେ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ମାଙ୍କ ନିକଟରେ କଳଶ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମହାଷ୍ଟମୀ, ଚଣ୍ଡୀପାଠ, ବଳିଛେଦ, ଆଦି କରା ଯାଇଥିବାବେଳେ ମହାନବମୀ ପୂଜା, ୧୦୮ ଦୁର୍ଗା ଚାଳିଶା, ସୂର୍ଯ୍ୟପୂଜା କରାଯିବା ସହ ଗତକାଳି ଦଶହରା ପୂଜା ଓ ଆଜି ଭଷାଣି କରାଯିବାର କାର୍ଯ୍ୟକ୍ରମ ରହିଛି । କର୍ତ୍ତା ଭାବେ ସୁସୀ ସାହୁ, ବିଜୟ ସାହୁ, ରଜନୀରାଣୀ ସାହୁ, ଭାବଗ୍ରାହୀ ସାହୁ, ଗୀତାଞ୍ଜଳୀ ସାହୁ, ବିଜୟ ସାହୁ, ଅଜୟ ସାହୁ, ସଞ୍ଜୟ ସାହୁ, ରାଜୀବ ସାହୁ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଥିବାବେଳେ ପଣ୍ଡିତ ରବିନ୍ଦ୍ର ପଣ୍ଡା, ଚଗଲା ପଣ୍ଡା ଓ ଭୀମସେନ ତ୍ରିପାଠୀ ମାଙ୍କ ପୂଜାର୍ଚ୍ଚନା କରୁଛନ୍ତି । ସମସ୍ତ ଗ୍ରାମବାସୀମାନେ ଏହି ପୂଜାରେ ସାମିଲ ହୋଇଥିଲେ । କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଦଶରା ବଳଦ ଦୌଡ, ରାବଣପୋଡି ପ୍ରଭୃତି କାର୍ଯ୍ୟକ୍ରମ ଗୁଡିକୁ ସ୍ଥଗିତ ରଖାଯାଇଥିଲା । କେବଳ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ମାଙ୍କ ଦର୍ଶନ କରିଥିଲେ ।