Odiapua.com

୪୨ କୋଟି ଗ୍ରାହକଙ୍କୁ ଏକ ଏସବିଆଇ ର ସତର୍କ ସୂଚନା

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଦେଶର ସବୁଠୁ ବଡ  ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛି। ସୋସିଆଲ ମିଡିଆରେ କୌଣସି ବ୍ୟାଙ୍କ ଡିଟେଲ୍ସ ଦେବା ପୂର୍ବରୁ ଭାବି ଚିନ୍ତି କାମ କରିବା ଉଚିତ୍‌ ବୋଲି ସତର୍କ କରିଦେଇଛି। ବ୍ୟାଙ୍କ ନିଜ ଟୁଇଟର ଆକାଉଣ୍ଟ ମାଧ୍ୟମରେ ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକ ପ୍ରତି ସାବଧାନ ରହିବା ପାଇଁ କହିଛି। ନିଜ ଟଙ୍କା ସୁରକ୍ଷିତ ରଖିବା ପାଇଁ ଏମିତି ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟକୁ ତୁରନ୍ତ ଅନ୍‌ଫଲୋ କରିବା ଉଚିତ୍‌। ଏବେ ଏସ୍‌ବିଆଇରେ ୪୨ କୋଟି ଗ୍ରାହକ ଅଛନ୍ତି।

ଏସବିଆଇ ଅନୁସାରେ ବ୍ୟାଙ୍କର ସବୁ ସୋସିଆଲ ମିଡିଆ ଆକାଉଣ୍ଟ ଭେରିଫାଏଡ୍‌ ଅଛି। ଏଥିପାଇଁ କେବଳ ଅଫିସିଆଲ ଆକାଉଣ୍ଟକୁ ଫଲୋ କରିବା ଉଚିତ୍‌।

୧- ଏସ୍‌ବିଆଇ ଅନୁସାରେ ସୋସିଆଲ ମିଡିଆ ଆକାଉଣ୍ଟରୁ କୌଣସି ଅଧିକାରୀ ବା ବ୍ୟାଙ୍କକୁ ଟ୍ୟାଗ୍‌ କରିବା ପୂର୍ବରୁ ଆକାଉଣ୍ଟ ଭେରିଫାଏଡ୍‌ ଅଛି କି ନାହିଁ ତାହା ଚେକ୍‌ କରିବା ଉଚିତ୍‌।

୨- କୌଣସି ଅଭିଯୋଗ କରିବା ପାଇଁ ବା ଗୁରୁତ୍ବପୂର୍ଣ୍ଣ ସୂଚନା ବିଷୟରେ ଜାଣିବା ପାଇଁ ସୋସିଆଲ ମିଡିଆରେ କିଛି ପୋଷ୍ଟ କରି ଅଧିକାରୀମାନଙ୍କୁ ଟ୍ୟାଗ୍‌ କରିବା ଅନୁଚିତ୍‌ ।

୩- ସବୁବେଳେ ଭେରିଫାଏଡ୍‌ ସାଇନ୍‌କୁ ଚେକ୍‌ କରିବା ଉଚିତ୍‌।

୪- ଏସ୍‌ବିଆଇ ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ଫେକ୍‌ ଆକାଉଣ୍ଟ ତିଆରି କରାଯାଉଛି।

୫- ଏସ୍‌ବିଆଇ ନାଁରେ ମଧ୍ୟ ଅନେକ ଆକାଉଣ୍ଟ ତିଆରି କରାଯାଇଛି।

୬- କୌଣସି ଅସୁବିଧାର ସାମ୍ନା କରିଲେ ପ୍ରଥମେ ବ୍ୟାଙ୍କକୁ କଲ କରି ଯୋଗାଯୋଗ କରିବା ଉଚିତ୍‌।

୭- ଅନ୍‌ଲାଇନ୍‌ ଫ୍ରଡ୍‌ମାନଙ୍କଠୁ ଦୂରେଇ ରହିବା ଉଚିତ୍‌।

୮- ଅନ୍‌ଲାଇନ୍‌ ଟ୍ରାନଜାକ୍‌ସନ ନେଇ କୌଣସି ସମସ୍ୟା ହେଲେ ପ୍ରଥମେ ବ୍ୟାଙ୍କ ସହ ସମ୍ପର୍କ କରିବା ଉଚିତ୍‌।

୯- ଏଥିପାଇଁ ଏସ୍‌ବିଆଇ ୨ଟି ଟୋଲ ନମ୍ବର ସେୟାର କରିଛି। ୧୮୦୦୧୧୨୨୧୧ ଏବଂ ୧୮୦୦୪୨୫୩୮୦୦ ନମ୍ବରରେ ସମ୍ପର୍କ କରି ସମସ୍ୟାର ସମାଧାନ କରିହେବ।

୧୦- କୌଣସି ଫେକ୍‌ କଲ କରୁଥିବା ଲୋକଙ୍କୁ ନିଜ ବ୍ୟାଙ୍କ ଡିଟେଲ୍‌ସ ଦେବା ଅନୁଚିତ୍‌।