ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦ ଛକ ଠାରେ ଖ୍ୱାଜା ଗରିବ ନୱାଜ଼ କମିଟି ଆନୁକୂଲ୍ୟରୁ ୪୧ ତମ ଖ୍ୱାଜା ଗରିବ ନାୱାଜ଼ (ର. ଅ) ଙ୍କ ଦୁଇ ଦିନ ଧରି ବାର୍ଷିକ ସମାରୋହ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ୬ ତାରିଖ ସୋମବାର ରାତ୍ରି ରେ ସର୍ବସାଧାରଣ ଙ୍କ ପାଇଁ ଲଙ୍ଗର (ଫାତେହା) କରାଯାଇ ବଂଟନ ହୋଇଥିଲା । ଦ୍ୱିତୀୟ ଦିନ ୭ ତାରିଖ ମଙ୍ଗଳବାର ରାତ୍ରି ୯ ଘଟିକା ସମୟରେ ଜାମା ମସଜିଦ ଛକ ଠାରେ ଖ୍ୱାଜା ଗରିବ ନୱାଜ଼ କନଫରେନ୍ସ (ଧର୍ମସଭା) ପାଳିତ ହୋଇଥିଲା । ଏହି ଧର୍ମସଭା ରେ ଜାମା ମସଜିଦ ର ଖତିବ ଓ ଇମାମ ମହମ୍ମଦ ସାଦିକ ହୋସେନ କୁରାନ ତିଲାୱତ ରୁ ଆରମ୍ଭ କରିଥିଲେ । ସଂଚାଳକ ଭାବେ ମାଷ୍ଟର କବି ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇଥିଲେ । ଏହି ଧର୍ମସଭା ରାତ୍ରି ୯ ଘଟିକା ସମୟରେ ଆରମ୍ଭ ହୋଇଥିଲା । ଏହି ଧର୍ମସଭା ରେ ପିରେ ତରିକତ ଗୌସୁଲ ଆଜ଼ାମ ମୌଲାନା ସୈୟଦ ଶାହା ମହମ୍ମଦ ସଲମାନ ଅସରଫ ଆଶ୍ରଫିଉଲ ଜ଼ିଲ୍ଲାନୀ (ୟୁପି), କବି ସାଏର ଇସଲାମ ଅସଲମ ୱାର୍ଶି (ଆମେଥି), କବି ସାଏର ଇସଲାମ ଫାରୁକ ଦିଲକସ (ୟୁପି) ପ୍ରମୁଖ ଆସି ଯୋଗଦାନ କରି ଖ୍ୱାଜା ଗରିବ ନୱାଜ଼ ଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ଏହି ଧର୍ମସଭା ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଚାଲୁରହିଥିଲା । ଖ୍ୱାଜା ଗରିବ ନୱାଜ଼ କମିଟି ର ସଭାପତି ନସରୁ ଖାନ , ଉପ-ସଭାପତି ଶେଖ ଅନୱର (ବାବୁ), ସମ୍ପାଦକ କଲିମୁଦ୍ଦିନ ଖାନ , ସହ-ସମ୍ପାଦକ ଅଲି ହୋସେନ , ବରିଷ୍ଠ ସଭ୍ୟ ଶେଖ ଇସାର ଅଲି, ଶେଖ ନୌସାଦ,ମୀନହାଜ଼ କାଦରୀ , ଗୋଲାମ ମୋହିଦ୍ଦିନ, ମୀର କାଲିଆ, ଶେଖ ଲାଲା, ଇମାମୁଲ ଖାନ, ହକିଲ ଖାନ, ମୁସଲିମ, ବାବୁ , ପାଳଙ୍ଗ, ରିଙ୍କୁ ପ୍ରମୁଖ ଉପସ୍ଥିତ ରହି ସମାରୋହ କୁ ପରିଚାଳନା କରିଥିଲେ।