Odiapua.com

୪୧ତମ ରାଷ୍ଟ୍ରୀୟ ବର୍ଷା ମହୋତ୍ସବ

ଭୁବନେଶ୍ୱର ୨୫-୮ (ଓଡ଼ିଆ ପୁଅ) ଚିନ୍ତା ଓ ଚେତନା ପକ୍ଷରୁ ଆସନ୍ତା ଅଗଷ୍ଟ ୨୭ ରୁ ୨୯ ତାରିଖ ତିନିଦିନ ବ୍ୟାପୀ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ୪୧ତମ ରାଷ୍ଟ୍ରୀୟ ବର୍ଷା ମହୋତ୍ସବ ପ୍ରତିବର୍ଷ ପରି ଅନୁଷ୍ଠିତ ହେବ। ଏହି ମହୋତ୍ସବ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଗୃହ ବ୍ୟାପାର ମନ୍ତ୍ରଣାଳୟ, ଓଡ଼ିଶା ସରାକରଙ୍କ ସଂସ୍କୃତି ବିଭାଗ, ସିଆର୍ ପିଏଫ୍, ବିଏସ୍ ଏଫ୍, ରାଜ୍ୟ ପୋଲିସ ଓ କମିସନରେଟ ପୋଲିସ ଓ କିଟ୍ କିସ୍ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍ଘାଟନ କରିବେ। ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେବେ ସନ୍ଥ ରାମନାରାୟଣ ଦାସ ମହାରାଜ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଡ଼. ଅରୁଣ କୁମାର ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରଫୁଲ କୁମାର ମଲ୍ଲିକ, ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ, ଧରିତ୍ରୀ ସମ୍ପାଦକ ତଥାଗତ ସତପଥୀ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଡଃ ଅଜୟ ବାହାଦୂର ସିଂହ, ବନବିହାରୀ ମହାନ୍ତି, ଅଶୋକ ପାଣ୍ଡେ, ସୌରେନ୍ଦ୍ର ମହାପାତ୍ର, ଦୂରଦର୍ଶନ ନିର୍ଦ୍ଦେଶକ ନିଳାଦ୍ରୀ ମୋହନ ଶତପଥୀ ଓ ପଣ୍ଡିତ ବିଶ୍ୱନାଥ ଶତପଥୀ ପ୍ରମୁଖ ଯୋଗଦେବେ। ଏହି ସମାରୋହରେ ସୃଜନ ଓ ତ୍ରିଧାରାର କଳାକାରଙ୍କ ସମେତ ସୁଜାତା ମହାପାତ୍ରଙ୍କ ବର୍ଷା ନୃତ୍ୟ ଏବଂ ବର୍ଷା ସଙ୍ଗୀତରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ ବାଦ୍ୟ ଶିଳ୍ପୀମାନେ ସଙ୍ଗୀତ ଓ ନୃତ୍ୟର ବର୍ଷାକୁ ଅନୁରଣିତ କରିବେ।

ଏହି ଅବସରରେ ଦେଶର ୧୬ଜଣ ପ୍ରତିଭାଙ୍କୁ ବିଭିନ୍ନ କ୍ଷେତ୍ରରେ ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବ। ସଂସ୍କୃତିପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ଚିନ୍ତା ଓ ଚେତନା ପକ୍ଷରୁ ଅନୁରୋଧ କରାଯାଇଛି।