Odiapua.com

୪୦୦ ଜଣଙ୍କୁ ସୁନା ମୁଦି ଦେଲେ ବିଜୟ

ନୂଆଦିଲ୍ଲୀ,୧୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ତାମିଲ ଅଭିନେତା ବିଜୟ ନିଜ ଅପ୍‌କମିଙ୍ଗ୍‌ ଫିଲ୍ମ ‘ବିଗିଲ’ର ଶୁଟିଂ ଶେଷ ହେବା ଖୁସିରେ ୪୦୦ କୃ ମେମ୍ବର୍ସଙ୍କୁ ଉପହାରରେ ଦେଇଛନ୍ତି ‘ସୁନା ମୁଦି’। ଯେତେବେଳେ ମଙ୍ଗଳବାର ଦ୍ୱିପ୍ରହରରେ ଫିଲ୍ମର ଶୁଟିଂ ସିଡ୍ୟୁଲ ସରିଥିଲା, ସେତେବେଳେ ବିଜୟ ଫିଲ୍ମ ସହ ଜଡ଼ିତ ଲୋକଙ୍କୁ ମୁଦି ଗିଫ୍ଟ କରିଥିଲେ, ଯାହା ଉପରେ ଫିଲ୍ମର ନାଁ ଇଂଲିଶରେ ‘ବିଗିଲ’ ଲେଖା ହୋଇଥିଲା।