Odiapua.com

୪୦ତମ ଖ୍ୱାଜା ଗରିବ ନୱାଜ (ର.ଅ)ଙ୍କ ସମାରୋହ ଉଦଯାପିତ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ପୁରୁଣାବଜାରସ୍ଥିତ ଜାମା ମସଜିଦ ଛକଠାରେ ଖ୍ୱାଜା ଗରିବ ନୱାଜ କମିଟି ଆନୁକୂଲ୍ୟରେ ୪୦ତମ ଖ୍ୱାଜା ଗରିବ ନୱାଜ (ର.ଅ.)ଙ୍କ ବାର୍ଷିକ ସମାରୋହ ପାଳିତ ହୋଇଯାଇଅଛି । ପ୍ରଥମ ଦିନ ୧୭ ତାରିଖ ରାତ୍ରିରେ ସର୍ବସାଧାରଣ ପାଇଁ ଲଙ୍ଗର (ଫାତେହା) କରାଯାଇ ବଣ୍ଟନ ହୋଇଥିଲା ଏବଂ ଦ୍ୱିତୀୟ ଦିନ ୧୮ ତାରିଖ ରାତ୍ରିରେ ଜାମା ମସଜିଦ ଛକଠାରେ ଖ୍ୱାଜା ଗରିବ ନୱାଜ କନଫେରନ୍ସ (ଧର୍ମସଭା) ପାଳିତ ହୋଇଥିଲା । ଉକ୍ତ ଧର୍ମସଭାରେ ଜାମା ମସଜିଦର ଖତିବେ – ଇମାମ ମହମ୍ମଦ ସାଦିକ ହୋସେନ କୁରାନ୍ ତିଲାୱତରୁ ଆରମ୍ଭ କରିଥିଲେ ଏବଂ ସଂଚାଳକ ଭାବେ କବି ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇଥିଲେ । ଏହି ଧର୍ମସଭା ରାତ୍ରି ୯ ଘଟିକା ସମୟରେ ଆରମ୍ଭ ହୋଇଥିଲା । ଏହି ଧର୍ମସଭାରେ ଔଲାଦେ ଗୌସୁଲ ଆଯାମ ମୌଲାନା ସୈୟଦ ଶାହା ହସନ କମାଲ ଅସରଫ (ୟୁ.ପି), ସାଏର କାଭିସ ରୁଦାଲୱି (ୟୁ.ପି.), ସରଫରାଜ ରଜା (ବିହାର), ସାଏର ବଦରୁଲ ହସନ ବଦର (ବାଲେଶ୍ୱର), ସାଏର ଅଲିମୁଦ୍ଦିନ ବେକସ ଭଦ୍ରକ ପ୍ରମୁଖମାନେ ଆସି ଯୋଗଦାନ କରି ଖ୍ୱାଜା ଗରିବ ନୱାଜ (ର.ଅ)ଙ୍କ ନିତିବାଣୀ ଉପରେ ଆଲୋକପାତ କରିଥିଲେ । ଖ୍ୱାଜା ଗରିବ ନୱଜା କମିଟିର ସଭାପତି ନସରୁ ଖାଁ, ଉପସଭାପତି ଶେଖ ଅନୱର, ସଂପାଦକ କଲିମୁଦ୍ଦିନ ଖାଁ, ସହ-ସଂପାଦକ ଅଲୀ ହୋସେନ, ମୀନହାଜ କାଦରୀ, ଶେଖ ଇସାର ଅଲୀ, ସଲିମ ଖାନ, ଶେଖ ନୌସାଦ, ଶେଖ ଇଲୟାସ, ମିର କାଲିଆ, ଏମାମୁଲ ଖାନ, ହକିଲ ଖାଁ, ଗୁଲ ମହମ୍ମଦ ଖାଁ, ମୁନା ଖାଁ ପ୍ରମୁଖ ଉପସ୍ଥିତ ରହି ଧର୍ମସଭାକୁ ପରିଚାଳନା କରିଥିଲେ ଏବଂ ଉକ୍ତ ଧର୍ମସଭା ରାତ୍ରି ୩ ଘଟିକା ପର୍ଯ୍ୟନ୍ତ ହୋଇଥିଲା ।