Odiapua.com

୪୦ଟି ତୁମ୍ବର ସମସ୍ତ କାର୍ଯ୍ୟ ଶେଷ ହୋଇଛି

ପୁରୀ, ୧୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରଥଖଳାରେ ୪୦ଟି ତୁମ୍ବର ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟ ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି। ଓରାବିନ୍ଧ କରାଯାଇ ସାରିଛି। ୮ଟି ଭୂଇଁ ଖମ୍ବି ମଧ୍ୟ ତିଆରି ସରିଛି। ୬ଟି ଚକ କାଲି ଅଖ ସହିତ ସଂଯୁକ୍ତ ହୋଇଥିଲା। ଆଉ ୯ଟି ଚକର କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ଚକଗୁଡିକର କାର୍ଯ୍ୟ ଚାଲୁ ରହିଛି। ରଥ ନିର୍ମାଣ ଆରମ୍ଭ ଦିନଠାରୁ ନିତ୍ୟ ନୈମିତିକ ଭାବେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ସମସ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି ଓ ସମସ୍ତେ ସୁସ୍ଥ ଅଛନ୍ତି।

ଦେଢ କ୍ୱିଂଟାଲ ବାସୁଙ୍ଗା ପାଟ ପହଂଚିଲା : ଅନ୍ୟପକ୍ଷରେ ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମା ଜୁନ ୫ ତାରିଖରେ ପଡୁଥିବାରୁ ଏ ନେଇ ଦଇତାପତି ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହାପ୍ରଭୁଙ୍କ ପାଇଁ ଆବଶ୍ୟକୀୟ ପ୍ରାୟ ଦେଢ କ୍ୱିଂଟାଲ ଓଜନର ବାସୁଙ୍ଗା ପାଟ ଅଣାଯାଇଥିବା ବେଳେ ଚଳିତବର୍ଷ ସ୍ନାନଯାତ୍ରା ଦିନ ଶୀଘ୍ର ପହଣ୍ଡି କରିବା ନେଇ ଦଇତାପତିମାନେ ଯୋଜନା ଆରମ୍ଭ କରିଥିବା ବେଳେ ଅଣସର ନୀତି ୧୫ଦିନ କରିବାକୁ ଲକ୍ଷ୍ୟ ରଖିଛନ୍ତି।