Odiapua.com

୪ଶ୍ରମ କୋର୍ଡ, ୩ କୃଷି କଳାଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଭାରତ ବନ୍ଦ ଭଦ୍ରକରେ ସଫଳ

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଭଦ୍ରକରେ ସଫଳ ହୋଇଛି । ଏହି ବନ୍ଦକୁ ସ୍ୱତଃସ୍ପୂର୍ତ୍ତ ସମର୍ଥନ ମିଳିଥିବାବେଳେ, ଏହା ଜିଲ୍ଲାରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା । ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ କୌଣସି ସ୍ଥାନରେ ଗିରଫ ଦାରୀ ହୋଇ ନାହିଁ । ୪ଗୋଟି ଶ୍ରମିକ ବିରୋଧୀ ଶ୍ରମ କୋର୍ଡକୁ ପ୍ରତ୍ୟାହାର କରିବା, କୃଷକ ବିରୋଧୀ ୩ଟି କୃଷି କଳା ଆଇନକୁ ପ୍ରତ୍ୟାହାର କରିବା, ୧୯୫୫ ମସିହା ଅତ୍ୟାବଶ୍ୟକ ସମାଗ୍ରୀ ଆଇନକୁ ରଦ୍ଦ କରିବା, ଘରୋଇ ମଣ୍ଡିହରଣ ଆଇନକୁ ରଦ୍ଦ କରିବା, ଏମଏସପିକୁ ଆଇନକୁ ସ୍ୱୀକୃତି ପ୍ରଦାନ କରିବା, ଠିକା ଚାଷ ଆଇନକୁ ରଦ୍ଦ କରିବା, ୨୩ଟି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା, ୨୦୨୦ ବିଜୁଳି କଳା ଆଇନକୁ ରଦ୍ଦ କରିବା, ଶ୍ରମିକ ଛଟେଇ ବନ୍ଦ କରିବା, ୧୨ଘଣ୍ଟିଆ ଶ୍ରମ ଦିବସ ବଦଳରେ ୮ଘଣ୍ଟିଆ ଲାଗୁ କରିବା, ଦେଶର ଜାତୀୟ ସମ୍ପତ୍ତିକୁ ବହୂଦେଶୀୟ କମ୍ପାନୀକୁ ଦେବା ବନ୍ଦ କରିବା, ସମାନ କାମକୁ ସମାନ ବେତନ ଦେବା, ସ୍କିମ ସଂସ୍ଥାଗୁଡ଼ିକର ଘରୋଇକରଣ ନିଷ୍ପତ୍ତିକୁ ରଦ୍ଦ କରିବା, ଜିଡିପିର ଶତକଡ଼ା ୬ଭାଗ ବଜେଟରେ ସ୍କିମ ୱାର୍କର୍ସଙ୍କ ପାଇଁ ବ୍ୟୟବରାଦ କରିବା ବିରୁଦ୍ଧରେ ଦେଶବ୍ୟାପୀ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ସମସ୍ତ ବାମପନ୍ଥୀ ସମର୍ଥୀତ କୃଷକ ସଂଗଠନ, କେନ୍ଦ୍ରୀୟ କେନ୍ଦ୍ରୀୟ ଶ୍ରମିକ ସଂଗଠନ, କଂଗ୍ରେସ ପକ୍ଷରୁ ସମର୍ଥନ ଜ୍ଞାପନ କରାଯାଇଥିଲା । ଆଜି ସକାଳ ୬ଟାରେ ସିପିଆଇ ଏମ ପକ୍ଷରୁ ବନ୍ତ ଛକ ଠାରେ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ରାଧା ଦାସ, ଗିରିଧାରୀ ନାଥ, ପ୍ରହଲାଦ ପତି, ବିନୋଦ ସାହୁ, ମଣ୍ଟୁ ମୁଣ୍ଡା, ଶିଖା ମହାପାତ୍ର, ସୁମତୀ ନାୟକଙ୍କ ନେତୃତ୍ୱରେ ପିକେଟିଂ କରାଯିବା ସହ ରାସ୍ତାରୋକ କରାଯାଇଥିଲା ।

ସେହିପରି ନିରଂଜନ ପାଣୀ, ମଦନମୋହନ ଘଡ଼ାଇ, ଚଗୁଲୁ ମାଝୀ, ସେକ ବାବୁ, ନରେନ୍ଦ୍ର ଦାସଙ୍କ ନେତୃତ୍ୱରେ ରେଳ ଷ୍ଟେସନ ଠାରେ ରେଳରୋକ କରାଯାଇଥିଲା । ସେହିପରି ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ସମର ବଳ, ଜୟନ୍ତୀ ବିଶ୍ୱାଳ, ଗାୟତ୍ରୀ ବେହେରା, ଗୟାଧର ସେଣ, ଦିନବନ୍ଧୁ ଜେନା, ମଞ୍ଜୁଲତା ମହାକୁଡ଼, ରମାକାନ୍ତ ଦାସ, କିଶୋର ଜେନା, ଆରତୀ ଜେନାଙ୍କ ନେତୃତ୍ୱରେ ୧୬ ନମ୍ବର ଜାତୀୟ ରାଜପଥ ସାଳନ୍ଦୀ ବ୍ରିଜ ଉପରେ ରାଜପଥ ଅବରୋଧ କରିଥିଲା । ସିପିଆଇ ଏମଏଲ ପକ୍ଷରୁ ସହରରେ ବାଇକ ଶୋଭାଯାତ୍ରା କରାଯିବା ସହ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା । ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ରାଷ୍ଟ୍ରାୟତ ବ୍ୟାଙ୍କୁ ମଧ୍ୟ ସେମାନେ ବନ୍ଦ କରିଥିଲେ । ସେହିପରି ସିପିଆଇ ପକ୍ଷରୁ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବିମ୍ବାଧର ବାରିକ, ପରମେଶ୍ୱର ବାରିକ, ଏସୟୁସିଆଇର ରମେଶ ନାୟକଙ୍କ ନେତୃତ୍ୱରେ ଆରଡ଼ି ଛକରେ ରାସ୍ତା ଅବରୋଧ କରିଥିଲେ । ଫଳରେ ସମଗ୍ର ଭଦ୍ରକ ସହର ଅଚଳ ହୋଇ ପଡ଼ିଥିବାବେଳେ, ଜାତୀୟ ରାଜପଥରେ ଶହଶହ ଯାନବାହାନ ଅଟକି ରହିଥିଲା । ଅପରାହ୍ନ ୩ଟା ବେଳକୁ ପରିସ୍ଥିତି ସ୍ୱାଭାବିକ୍ ହୋଇଥିଲା । ବ୍ୟାଙ୍କ କର୍ମଚାରୀ ସଂଘର ଜଗନ୍ନାଥ ରାଉତ, କମଳ ଚନ୍ଦ୍ର ଦାସ, ଜୀବନ ବୀମା ନିଗମର ନବ ବେହେରା ପ୍ରମୁଖ ଉକ୍ତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ କାଲୁ, ସେକ କମର, ସେକ ମିଟୁ, ତାରାକାନ୍ତ ଧଳ, ଦିବାକର ବାରିକ, ଜଗନ୍ନାଥ ବେହେରା, କିଶୋର ଜେନା କାହ୍ନଚରଣ ଓଝା, ଜୟନ୍ତୀ ଶିଅଳ, ମାନସ ବାରିକ, ରମେଶ ତ୍ରୀପାଠୀ, ରମେଶ ଦାସ, ଆଶିଶ କୁମାର ତ୍ରିପାଠୀ, କମଳା ଓଝା, ଜୟନ୍ତୀ ବେହେରା, ଅନ୍ନପୂର୍ଣ୍ଣା ବାରିକ, ପପୁନା ପାତ୍ର, ସେମବାରୀ ମୁଣ୍ଡା, ବୁଟୁ ମୁଣ୍ଡା ପ୍ରମୁଖ ଭାରତ ବନ୍ଦ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।