Odiapua.com

୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ, ଇଷ୍ଟକୋଷ୍ଟ ରେଲେୱ ଭଦ୍ରକ ଫାଇନାଲରେ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲେୱ ପଡ଼ିଆରେ ଚାଲିଥିବା ଅଲ୍ ଓଡ଼ିଶା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ୍ ଟୁର୍ଣାର୍ମେଂଟର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ଇଷ୍ଟ କୋଷ୍ଟ ରେଲେୱ ଭଦ୍ରକ ବାରିପଦା କ୍ରିକେଟ ଏକାଡ଼େମୀକୁ ପରାଜିତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଟୁର୍ଣ୍ଣାମେଂଟର ତୃତୀୟ ଦିବସରେ ଅନୁଷ୍ଠିତ ଏହି ସେମିଫାଇନାଲ ମ୍ୟାଚରେ ବାରିପଦା କ୍ରିକେଟ ଏକାଡେମୀ ଟସ୍ ଜିତି ଫିଲ୍ଡ଼ିଂ କରିଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଭଦ୍ରକ ଇଷ୍ଟ କୋଷ୍ଟ ରେଳେୱ ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୫୫ ରନ୍ କରିଥିଲା। ଦଳ ପକ୍ଷରୁ ବିଭାସ ବିଶ୍ୱାସ ୪୨ ଓ ସାହିଲ ଖାନ୍ ୩୫ ରନ କରିଥିବା ବେଳେ ପ୍ରତିପକ୍ଷ ବାରିପଦା କ୍ରିକେଟ ଏକାଡେମୀ ପକ୍ଷରୁ ମନୁ ରାମ ୩ଟି ଓ ମାରି ଲୋକନାଥ ୩ଟି ଉଇକେଟ ନେଇଥିଲେ। ଦ୍ୱିତୀୟାର୍ଦ୍ଧରେ ୧୫୬ ରନ ବିଜୟ ଲକ୍ଷ୍ୟ ନେଇ ବାରିପଦା ବ୍ୟାଟିଂ କରି ୧୯.୨ ଓଭରରେ ୧୪୨ ରନ କରି ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ। ଫଳରେ ଭଦ୍ରକ ଦଳ ୧୩ ରନ୍ରେ ମ୍ୟାଚ ଜିତି ଫାଇନାଲକୁ ପ୍ରବେଶ କରିଥିଲା। ବାରିପଦା ପକ୍ଷରୁ ମାରି ଲୋକନାଥ ୩୧ ଓ ପ୍ରୀତ୍ପାଲ୍ ସିଂ ୨୩ ରନ କରିଥିଲେ। ଭଦ୍ରକ ପକ୍ଷରୁ ନୀହାର ଭୂୟାଁ ୩ଟି ଓ ସାହିଲ୍ ଖାନ୍ ୨ଟି ଉଇକେଟ ନେଇଥିଲେ। ସାହିଲ୍ ଖାନ୍‌ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ତାଙ୍କ ଆଜି ମ୍ୟାଚ୍ର ମୁଖ୍ୟ ଅତିଥି ବିଶିଷ୍ଟ ବ୍ୟବସାୟୀ ଶ୍ରୀନିବାସ ନାୟକ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍କୁ ଳଲାଟ କେଶରୀ ନନ୍ଦ, ଦେବବ୍ରତ ଦାଶ ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ରାଜେଶ ନାୟକ ମ୍ୟାଛ୍ ରେଫେରୀ, ଚନ୍ଦନ ନାୟକ ରିଜର୍ଭ ଅମ୍ପାୟାର ଏବଂ କରନ୍ ଖାନ୍ ସ୍କୋରର ଥିଲେ।