Odiapua.com

୪ବର୍ଷତଳେ ରୋଗରେ ପଡି ମା ମରିଗଲେ,ବାପା ଘର ଛାଡି ପଳାଇଲେ ଏବେ ବେସାହାରା ୪ ଅନାଥ ପିଲା

ମାଲକାନଗିରି,୧୪ା୬ (ଓଡିଆ ପୁଅ ) ଅର୍ଥଅଭାବରୁ ଚିକିତ୍ସିତ ହୋଇ ନପାରି ମା ରୋଗରେ ପଡି ମରିଗଲେ,ମା ଙ୍କ ମୃତ୍ୟୁର ବର୍ଷକପରେ ବାପା ଘର ଛାଡିପଳାଇଲେ, କରୋନା କାଳରେ ବେସାହାରା ଅନାଥ ହୋଇଯାଇଛନ୍ତି ୪ ଆଦିବାସୀ ପିଲା । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାସ୍ଥ ଭେଜାଗୁଡା ପଚାଂୟତ ପୁଲାପାଲି(ପାଲକାଗୁଡା) ଗ୍ରାମରେ । ପାଲକାଗୁଡା ଗ୍ରାମର ରାମ ପୁଲା ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ତାଙ୍କର ସ୍ତ୍ରୀ ଚନ୍ଦ୍ରମା ପୁଲା ରୋଗରେ ପଡି ଅର୍ଥଅଭାବରୁ ଚିକିତ୍ସିତ ହୋଇ ନପାରି ଗତ ୪ବର୍ଷ ତଳେ ତାଙ୍କର ମୃତ୍ୟୁ ଘଟିଥିଲା । ରାମ ପୁଲା ସ୍ତ୍ରୀଙ୍କ ମୃତ୍ୟୁ ପରେ ପୁଅ ଭିମ,ଶିବ,ଝିଅ ମିନତୀ,ସବିତା ଙ୍କୁ ବହୁକଷ୍ଟରେ କୁଲି ମଜୁରି ଲାଗି ଚଳାଇ ଆସୁଥିଲେ । ପିଲାମାନେ ମଧ୍ୟ ମାଗି ଯାଚି ପାଠପଢୁଥିଲେ । ଗତ ତିନିବର୍ଷତଳେ ରାମ ପୁଲା ଙ୍କର ମୁଣ୍ଡ ବିକୃତି ହେବା ଯୋଗୁ ପିଲାମାନଙ୍କୁ ଛାଡିଦେଇ ସେ କେଉଁ ଆଡେ ପଳାଇଲେ ଯେ ତାଙ୍କର କିଛି ଖୋଜ ଖବର ମିଳିଲା ନାହିଁ । ୪ଟି ପିଲାଙ୍କୁ ବହୁକଷ୍ଟରେ ସଂପର୍କିୟ ବଡ ବପା ନିଜ ପାଖରେ ରଖିଲେ, ସେ ମଧ୍ୟ ଜଣେ ଗରିବ ଲୋକ କେମିତି ୪ଟି ପିଲାଙ୍କୁ ପୋଷିବେ ତେଣୁ ସେମାନଙ୍କୁ ସ୍କୁଲ ହଷ୍ଟେଲରେ ଛାଡି ଦେଲେ । ପିଲାମାନେ ସ୍କୁଲ ହଷ୍ଟେଲ ରେ ରହି ଖାଇ ପିଇ ପାଠ ପଢୁଥିଲେ । ଏ ନିଆଁ ଲଗା କୋରନା କେଉଁ ଆଡୁ ଆସିଲା ଯେ ସବୁ ସ୍କୁଲ ବନ୍ଦ ହୋଇଗଲା, ପିଲାମାନେ ଗାଁକୁ ଫେରି ଆସିଲେ ,କେତେ ବେଳେ ବଡବାପା ଘରେ ତ ଆଉ କେତେବେଳେ ଆଇ ଘରେ ନହେଲେ ସଂପର୍କିୟ ଙ୍କ ଘରେ ପେଟକୁ ଗଣ୍ଡେଖାଇ ରହିଥିଲେ , ପର ଲୋକ କେତେ ଦିନ ବା ସେମାନଙ୍କୁ ପୋଷିବେ , ଆସହାୟ ହୋଇପଡିଥିଲେ ସେହି ୪ଜଣ ଅନାଥ ପିଲା ।ଏ ଖବର ମାଲକାନଗିରି ର ସମାଜସେବୀ ରାମକୃଷ୍ଣ ଚୌଧୁରୀ ଜାଣିବା ପରେ ପୁଲାପାଲି ପାଲକଗୁଡା ଗ୍ରାମକୁ ଯାଇ ସେହି ୪ଜଣ ପିଲାଙ୍କୁ ମାଲକାନଗିରି କୁ ଆଣି ଥଇଥାନର ବ୍ୟବସ୍ଥା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କମିଟି ନିକଟରେ ହାଜର କରାଇଛନ୍ତି,ଆଜି ଅଫିସ ଛୁଟିଥିବାରୁ ସେମାନଙ୍କର କିଛି ବ୍ୟବସ୍ଥା ହୋଇପାରିନାହିଁ । ଆଜି ଆଇନସେବା ପ୍ରାଧିକରଣ ପାରାଲିଗାଲ ଭଲ୍ୟୁଟାଂରୀ ରାମକୃଷ୍ଣ ଚୌଧୁରୀ ଙ୍କ ସହିତ ମାଲକାନଗରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏହି ୪ ଅନାଥ ପିଲା ଭିମା,ଶିବ, ମିନତୀ ,ସବିତା ସେମାନଙ୍କ ପାଠପଡା ସହିତ ଥଇଥାନ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇଥିବାର ଜଣାପଡିଛି । ବର୍ତିମାନ ବଡ ପୁଅ ଭିମା ପୁଲା(୧୫) ସେ ୧୦ମ ଶ୍ରେଣୀରେ,ଝିଅ ମିନତୀ ପୁଲା(୧୩) ସେ ୭ମ ଶ୍ରେଣୀରେ,ପୁଅ ଶିବ ପୁଲା(୧୧) ସେ ଶ୍ରେଣୀରେ,ଝିଅ ଶବିତା ପୁଲା(୯) ସେ ଚତୁର୍ଥ ଶ୍ରେଣୀରେ ପାଠପଢୁଛନ୍ତି । କରୋନା ଲକଡାଉନ ପାଇଁ ସ୍କୁଲ ହଷ୍ଟେଲ ସବୁ ବନ୍ଦ ଥିବାରୁ ତାଙ୍କ ପାଟ ପଡାରେ ଡୋରି ବନ୍ଧା ହେବା ସହିତ ପେଟକୁ ଠିକ ଭାବେ ଦାନାଗଣ୍ଡେ ମିଳୁନଥିବାର ସେମାନେ କହିଛନ୍ତି ।