Odiapua.com

୪ଦଫା ଦାବିନେଇ ହସପିଟାଲ ସମ୍ମୁଖରେ କଳାବ୍ୟାଚ ପରିଧାନ କରି ଫାର୍ମାସିଷ୍ଟ ଙ୍କ ବିକ୍ଷୋଭ

ମାଲକାନଗିରି,୧୪ ।୭ (ଓଡିଆ ପୁଅ ) ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ୪ଦଫା ଦାବିନେଇ ଆଜି ମାଲକାନଗରି ଜିଲ୍ଲା ସଦର ମହକୁମା ହସପିଟାଲ ସହିତ ଅନ୍ୟନ ହସପିଟାଲ ସମ୍ମୁଖରେ କଳାବ୍ୟାଚ ପରିଧନକରି ଫର୍ମାସିଷ୍ଟ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ୩୫ଦିନ ଧରି କଳାବ୍ୟାଚ ପରିଧାନ କରି ନିଜର ଡିୟୁଟି ତୁଲାଇ ଆସୁଥିବା ବେଳେ ସେମାନଙ୍କ ଦାବିପ୍ରତି ଗୁରୁତ୍ୱ ଦିଆ ଯାଇନଥିବାରୁ ଜିଲ୍ଲାରେ ଥିବା ସମସ୍ତ ଫାର୍ମାସିଷ୍ଠ ମାନେ ନିଜ ନିଜ ହସପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କୁ ସେମାନଙ୍କ ଦାବିପୁରଣ ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟରେ ସରକାରଙ୍କ ଫାର୍ମାସିଷ୍ଟଙ୍କ ପ୍ରତି ଉଦାସିନତା ମନୋଭାବ,ଡାକ୍ତର ନଥିବା ବେଳେ ସମସ୍ତ ପ୍ରକାର ରୋଗୀ ସେବା କରିଥାନ୍ତି,କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ ରୋଗି ମାନଙ୍କୁ ସେବା ଯୋଗାଇ ଆସୁଛନ୍ତି ,କୋଭିଡରେ ମୃତ୍ୟୁବରଣ କରୁଥିବା ଫାର୍ମାସିଷ୍ଟ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗ।।ଇବା,ଦରମା ବୃଦ୍ଧି କରିବା,ପଦନ୍ନୋତି ଦେବା, ଆଦି ଦାବି ଉପସ୍ଥାପନ କରି ଜିଲ୍ଲା ଫାର୍ମାସିଷ୍ଟ ସଂଘର ସଭାପତି ସତବୀର ସିଂ,ଜିଲ୍ଲାସଂପାଦକ ଅଶୋକ କୁମାର ସାହୁ,ମଦନ ମୋହାନ ପାଢି ଙ୍କ ନେତୃତ୍ୱରେ ସମସ୍ତ ଫାର୍ମାସିଷ୍ଟ ମାନେ କଳାବ୍ୟାଚ ପରିଧାନ କରି ଡିୟୁଟୀରେ ଯୋଗଦେଇଛନ୍ତି , ତୁରନ୍ତ ସେମାନଙ୍କ ଦାବିଗୁଡିକ ପୁରଣ କରା ନଗଲେ ଆଗାମି ଦିନରେ ସମୁହ ଛୁଟିରେ ରହିବେ ବୋଲି ଜଣାଇଛନ୍ତି ।