Odiapua.com

୪ଦଫା ଦାବିନେଇ ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

ମାଲକାନଗିରି,୧୯ା୨(ଓଡିଆ ପୁଅ ) ୪ଦଫା ଦାବିପୁରଣ ନେଇ ମାଲକାନଗିରି ଜିଲ୍ଲାପ୍ରାଥମକି ଶିକ୍ଷକ ସଂଘ ପକ୍ଷରୁ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧରଣା ଦେବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ମୁଖ୍ୟତ ୫ପ୍ରତିଶତ ମହଙ୍ଗାଭତା,୭ମବେତନ ଆଧାରରେ ଘରଭଡା,ଗଛିତ ବକେୟା ପ୍ରାପ୍ୟ୬୦ପ୍ରତିଶତରୁ ୧୦ପ୍ରତିଶତ ପ୍ରଦାନ, ମୃତ୍ୟୁକାଳିନ ନିଯୁକ୍ତି ସହ ଅନ୍ୟାନ ଦାବିରହିଛି । ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରଜିଂତ ନାୟକ(ରଣି)ଙ୍କ ନେତୃତ୍ୱରେ ଚିତରଜଂନ ସରକାର,ସାଧନା ମଣ୍ଡଳ,ସମୀର ଗୋପ,ବିଧାନବିଶ୍ୱାସ,ଉମାଜେନା,ପଙ୍କଜ ମହାନ୍ତି, ରମେଶ ନେଲୁର,ସଂଗୀତା ସେଠୀ,ଗଣେଷ ଚନ୍ଦ୍ର ଜେନା, ମନୋରଜଂନ ବେହେରା, ପ୍ରଫୁଲ ସ୍ୱାଇଁ,ସମୀର କାନ୍ତ ରଥ,ମିହିରୀ ବିଶ୍ୱାସ,ବିନୋଦବିହାରୀ ଦାଶ,ଅମ୍ରିତଲାଲ ସରକାର,କଳ୍ପତରୁ ନାୟକ, ପ୍ରମେନହାଲଦାର, ଦୋମଦର ସାହୁ,ଅଜୟମଲିକା,ସୁରେନ୍ଦ୍ର ମଲିକ,ଲଡୁବେହାର,ଚିତରଜଂନ ନାୟକ,ଶ୍ରୀଧର ସାହୁ ପ୍ରମୁଖ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିଲେ । ସେମାନଙ୍କ ନିକଟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ ପହଁଚି ବୁଝାଇବାପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଧାରଣା ପ୍ରତ୍ୟାହର କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୪ଦଫା ସମ୍ବୋଳିତ ସ୍ମାରକପତ୍ର ପ୍ରଦାନକରିଥିଲେ ।