Odiapua.com

୪ଟି ଗାଡ଼ି ପୋଡିଦେଲେ ଦୁବୃର୍ତ, ନକ୍ସଲ ସନ୍ଦେହ

ରାଉରକେଲା ୭-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ୪ଟି ଗାଡିକୁ ଆଜି ଜାଳିଦେଇଛନ୍ତି ଦୁର୍ବୃର୍ତ। ଏଥିରେ ନକ୍ସଲଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଗୋରା ବାଲିଘାଟରେ ଦୁଇଟି ହାଇୱା ସହିତ ଚାରୋଟି ଗାଡ଼ିକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି। ତେବେ ଏହା ନକ୍ସଲମାନଙ୍କ କାମ ବୋଲି କୁହାଯାଉଛି। ନକ୍ସଲମାନେ ମୋଟର ସାଇକେଲରେ ଆସି ଗାଡ଼ି ଜାଳିବା ସହ ଗୁଳି ଫୁଟାଇଥିବା କୁହାଯାଉଛି।ଏହି କାଣ୍ଡ କେଉଁ ସଙ୍ଗଠନ ଘଟାଇଛି, ତାହା ସ୍ପଷ୍ଟ ହୋଇନାହିଁ।