Odiapua.com

୪ଜଣ ନୂତନ ଓଡିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କ ଯୋଗଦାନ

କେନ୍ଦ୍ରାପଡା ୨୮/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ଜଣ ନୂତନ ଓଡିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀ ଅଧିକାରୀ ଯୋଗଦେଇଥିବା ସୂଚନା ମିଳିଛି। କେନ୍ଦ୍ରାପଡା ସମବାୟ ସମିତି ସମୂହର ଭାରପ୍ରାପ୍ତ ସହକାରୀ ନିବନ୍ଧକ ଅଶୋକ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଭାରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅଭୟ କୁମାର ପ୍ରତିହାରୀ, ଶିକ୍ଷକ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଓ ପ୍ରଦୀପ୍ତ କୁମାର ସେଠୀ ପ୍ରମୁଖ ୪ଜଣ ନୂତନ ଓଡିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀ ଅଧିକାରୀ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିବା ବେଳେ ସେମାନଙ୍କୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଚାଲିଥିବା କୋଭିଡ ପରିଚାଳନା କେନ୍ଦ୍ରରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି।