Odiapua.com

୪ଜଣ କରୋନା ଆକ୍ରନ୍ତଙ୍କ କେସ ହିଷ୍ଟ୍ରି ପ୍ରକାଶ କଲେ ସରକାର  

ଭୁୁବନେଶ୍ୱର୨୭ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ କରୋନାରେ ଆକ୍ରାନ୍ତ ୪ଜଣ ଙ୍କ କେସ ହିଷ୍ଟ୍ରି ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଆକ୍ରାନ୍ତ ୧୦୪, ୧୦୫, ୧୦୬ଓ ୧୦୭ ୪ଜଣଙ୍କ ଘହ ବାଲେଶ୍ୱର ଜିଲ୍ଲା ନେଉଳିଆବାଗର ବୋଲି ସୂଚନା ଦିଆଯାଇଛି ରାଜ୍ୟର ୧୦୪ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୨୨ ବର୍ଷୀୟ ଯୁବତୀ। ନେଳିଆବାଗର ୫୫ ବର୍ଷୀୟ ମହିଳା ହେଉଛନ୍ତି ରାଜ୍ୟର ୧୦୫ ନମ୍ବର କରୋନା ଆକ୍ରାନ୍ତ। ରାଜ୍ୟର ୧୦୬ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୨୩ ବର୍ଷୀୟ ଯୁବତୀ। ୧୦୭ ନମ୍ବର କରୋନା ଆକ୍ରନ୍ତ ହେଉଛନ୍ତି ଜଣେ ୨୭ ବର୍ଷିଅ ଯୁବକ। ସେମାନେ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।ସମସ୍ତେ କରୋନା ଆକ୍ରନ୍ତ ୬୧ ନମ୍ବର ପଖ ପଡୋସି ବୋଲି ଜଣାପଡିଛି। ୬୧ ନମ୍ବର ଆକ୍ରନ୍ତ ଏହି ୪ଜଣଙ୍କୁ ମିଶାଇ ମୋଟ ୧୧ ଜଣଙ୍କୁ ସଂକ୍ରମିତ କରିଥିବା ସରକାରଙ୍କ ପକ୍ଷରୁ ସୂଚନାରେ ପ୍ରକାଶ କରାଯାଇଛି।