ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଏହି ଜିଲାର ଆଗରପଡା ଥାନା ଅଧୀନସ୍ଥ କାଦବରାଙ୍ଗ ଛକ ନିକଟରେ ଚଢାଉ କରି ଓଡି-୦୨ସି-୬୫୨୫ ଓ ଓଆର-୦୪ଜେ-୮୦୯୦ ନମ୍ବରର ଦୁଇଗୋଟି ହିରୋହୋଣ୍ଡା ପେସନ ପ୍ରୋ ମୋଟର ସାଇକେଲ୍ରୁ ୩ ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଆନନ୍ଦପୁର ଥାନା ଅଧୀନସ୍ଥ ଉକ୍ତ ଗ୍ରାମର ନିରଂଜନ ସାହା ଓ ନିତୀଶ କୁମାରଙ୍କୁ ଗିରଫ କରିଛନ୍ତି । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍ଆଇ ଦୀପକ ରାଉତ ଓ ନନ୍ଦୁ ନାୟକ, କନେଷ୍ଟବଳ ରମେଶ ନାୟକ, ମିଥୁନ ଜେନା, ରଶ୍ମିରେଖା ଜେନା ପ୍ରମୁଖ ସାମିଲ ଥିଲେ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଦୁଇଗୋଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି ।