Odiapua.com

୩ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ୨୭ କେଜି ଗଂଜେଇ ଜବତ, ୩ ଗିରଫ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଳମ୍ବିତ ରାତିରେ ଭଦ୍ରକର ୧୬ନଂ ଜାତୀୟ ରାଜପଥରେ ଗଂଜେଇ ନେଇ ଯାଉଥିବା ଏକ କାର୍‌କୁ ପିଛା କରି ଭଦ୍ରକ ସହରାଂଚଳ ଥାନା ପୁଲିସ୍ ୩ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ୨୭ କେଜି ଗଂଜେଇ ଜବତ କରିଛି । ଏବଂ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏ ସଂପର୍କରେ ସିଟିଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସୁଦୂର ଫୁଲବାଣୀରୁ ଏକ ୱାଗନାର କାର୍ ଯୋଗେ ଏହି ଗଂଜେଇକୁ ପୁରୁଣାବଜାର କାଜିମହଲାର ପିତାମ୍ବର ନାୟକ, ବୌଦ୍ଧ ଜିଲାର ରାଧାକାନ୍ତ ଭୋଇ ଓ ଫୁଲବାଣୀର ବିଜୟ ମେଣ୍ଡୁଳି ଭଦ୍ରକ ଆଣୁଥିବାବେଳେ ଗାଡିଟର ପିଛାକରି ସହରାଂଚଳ ଥାନା ପୁଲିସ୍ ଧରିଥିଲା । ପରେ ଗାଡିଟିକୁ ଯାଂଚ କରିବା ପରେ ତାହା ଭିତରୁ ଏହି ଗଂଜେଇ ଥିବାର ଜଣାପଡିଥିଲା ।