Odiapua.com

୩ ମାସ ହେଲା ମିଳୁନି କଣ୍ଟ୍ରୋଲ କିରୋସିନ-ଘର ଅନ୍ଧାର

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୫-ରଣପୁର ବ୍ଲକ୍ ଅଂଚଳରେ ୩ ମାସ ହେଲା କଣ୍ଟ୍ରୋଲ କିରୋସିନ୍ ମିଳୁନାହିଁ । ଯାହା ଫଳରେ ଲାଇନ୍ କଟିଲେ ଘର ଅନ୍ଧାର ହେଇଯାଉଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଡିଭିଜନ୍ ରଣପୁର ଅଂଚଳର ବିଦ୍ୟୁତ୍ ବ୍ୟବସ୍ଥା ଏପରି ଯେ ସାମାନ୍ୟ ପବନ ହେଲେ କିମ୍ବା ଆକାଶରେ ମେଘ ଉଠାଇଲେ ନୟାଗଡ ଗ୍ରୀଡ୍ ରୁ ଲାଇନ କାଟି ଦିଆଯାଏ । ବର୍ଷା ପବନ କମିଲା ବେଳକୁ ଲାଇନ୍ ବ୍ରେକ୍ ଡାଉନ୍ ହୋଇ ଯାଇଥାଏ । ବିଦ୍ୟୁତ୍ ଲାଇନ୍ ସଜାଡିବା ବେଳକୁ ରାତି ପାହିଯାଇଥାଏ । ଏହିଭଳି ପରିସ୍ଥିତିରେ ସାଧାରଣ ଗରୀବ ପରିବାର ମାନେ ପାଠ ପଢିବା ତ ଦୁରର କଥା ଅନ୍ଧାରରେ ବସି ରାତିରେ ଖାଇଥାନ୍ତି । କାରଣ ରଣପୁର ବ୍ଲକ୍ ର ୩୭ ଗୋଟି ଗ୍ରାମ ପଂଚାୟତ ଓ ରଣପୁର ଏନ୍‌.ଏ.ସି ରେ ୩ ମାସ ହେଲେ କଣ୍ଟ୍ରୋଲ କିରୋସିନ୍ ମିଳୁନାହିଁ । ଲକ୍‌ଡାଉନ୍ କୁ ଲକ୍ଷ କରି କିରୋସିନ୍ ଲିଟର ପିଛା ଦର ହ୍ରାସ କରି ୧୪ ଟଙ୍କା ୭୨ ପଇସାକୁ କେନ୍ଦ୍ର ସରକାର ଆଣିଛନ୍ତି । କିନ୍ତୁ କିରୋସି୍ ଟୋପାଏ ମିଳୁନି । ସାଧାରଣ ବଜାରରେ ରାସନ୍ ଦୋକାନ ମାନଙ୍କରେ ବହୁତ ଦିନ ହେଲା କିରୋସିନ ବିକ୍ରୟ ବନ୍ଦ ହୋଇଯାଇଛି ।

ଏ ସମ୍ପର୍କେ ରଣପୁର ବ୍ଲକ୍ ମାର୍କେଟିଂ ଇନିସ୍‌ପେକ୍ଟର(ଯୋଗାଣ ଅଧିକାରୀ) ଅନିତା ରାଉତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଲକ୍‌ଡାଉନ୍ ପୁର୍ବରୁ ଯାହା କିରୋସିନ୍ ଆସିଥିଲା । ଏପ୍ରିଲ୍ ମାସର ରଣପୁର କିରୋସିନ୍ କୋଟା ଲାପସ୍ ହୋଇଯାଇଛି । କୌଣସି ଡିଲର୍ ଏପ୍ରିଲ୍ ମାସ ପାଇଁ ଦାଖଲ ହେଉଥିବା ସରକାରୀ ଫିସ୍ ଦାଖଲ କରିନାହାନ୍ତି । ମେ, ଜୁନ୍ ମାସର କିରୋସିନ୍ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ କିରୋସିନ୍ ଆସିନାହିଁ । ଏପ୍ରିଲ୍ ମାସର ଲାପସ୍ ହୋଇଥିବା କିରୋସିନ୍ କଣ ହେବ ଜିଲ୍ଲାପାଳ ତାହା ନିଷ୍ପତି ନେବେ । ରଣପୁର ବାସୀଙ୍କର ଏହି ଅସୁବିଧାକୁ ଲକ୍ଷ ରଖି ଜିଲ୍ଲା ପ୍ରଶାସନ ରଣପୁର କୁ କିରୋସିନ୍ ଯୋଗାଣ କରିବା ପାଇଁ ରଣପୁର ବାସୀଙ୍କ ତରଫରୁ ଅନୁରୋଧ କରାଯାଉଛି ।