Odiapua.com

୩୭ ବର୍ଷରେ ପଦାର୍ପଣ କଲା ତିହିଡ଼ି ବ୍ଲକ ଛକ ଦୁର୍ଗାପୂଜା

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ଭଦ୍ରକ ଜିଲା ତିହିଡ଼ି ବ୍ଲକ ଛକ ଦୁର୍ଗାପୂଜା ୩୭ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସପ୍ତମୀରେ ପୂଜା ପାଇଛନ୍ତି । ଏଥିପାଇଁ ଯଥାରୀତି କଳସବୁଡ଼ା ଶେଷ ହେବା ପରେ ମା’ଙ୍କର ସପ୍ତମୀ ପୂଜା କରାଯାଇଛି । ୧୯୮୭ ମସିହା ଠାରୁ ପୂଜା ଆରମ୍ଭ କରାଯାଇଛି । ସ୍ୱର୍ଗତ ଭାଗବତ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ସେନାପତି, ସୁରେନ୍ଦ୍ର ଦାସ, ବଙ୍କିମ ଚନ୍ଦ୍ର ଲେଙ୍କା, ନିତ୍ୟାନନ୍ଦ ଦାଶ, ବଂଶୀଧର ସେନାପତିଙ୍କ ସମେତ ସର୍ବଶ୍ରୀ ଭଗବାନ ପାଢ଼ୀ, ନିରଂଜନ ଦାଶ, ବଳରାମ ପାଢ଼ୀ, ଆନନ୍ଦ ଚନ୍ଦ୍ର ତ୍ରିପାଠୀ, ରବିନ୍ଦ୍ର ପାଢ଼ୀ, ତରଣୀସେନ ଜେନା, ତାରାକାନ୍ତ ନାୟକ, ରମେଶ ଜେନା, ବାବାଜୀ ଦାଶ, ଦୋଳଗୋବିନ୍ଦ ପାତ୍ର, ମାନସ ବିଶ୍ୱାଳ, ଦାଶରଥି ବେହେରାଙ୍କ ଉଦ୍ୟମରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ଚଳିତ ବର୍ଷ କର୍ତ୍ତା ଭାବେ ଭଗବାନ ପାଢ଼ୀ ଏବଂ ପତ୍ନୀ ରୁକ୍ମଣୀ ପାଢ଼ୀ, ପୁରୋହିତ ଶୁକଦେବ ଦାଶ, ଅନନ୍ତ ପ୍ରସାଦ ଦାସ, ରଘୁନାଥ ଦାସ, ଗୋପୀନାଥ ଦାସ ପ୍ରମୁଖ ପୂଜାକାର୍ଯ୍ୟ ତୁଲାଉଛନ୍ତି । ମା’ଙ୍କ ପୀଠ ସହିତ ଚତୁପାଶ୍ୱର୍ ଆଲୋକୀକରଣ କରାଯାଇଛି ଯାହାକି ଭକ୍ତମାନଙ୍କୁ ଆକର୍ଷିତ କରୁଛି । ସପ୍ତମୀ ପୂଜା ଠାରୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ ଓ ଭୋଗ କରିବା ପାଇଁ ଭିଡ଼ ଜମାଉଛନ୍ତି । ଦୁର୍ଗାପୂଜା ଉପଲକ୍ଷେ ମା’ଙ୍କ ପୀଠରେ ୩ଦିନ ଧରି ପାଲା ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ପୂଜା କମିଟିର ରାଜେଶ ପାଢ଼ୀ, ତାରାକାନ୍ତ ନାୟକ, ତରଣୀସେନ ଜେନା, ପ୍ରମୋଦ ପାଢ଼ୀ, ହେମନ୍ତ ନାୟକ, ବିଜୁ ନାୟକ, ମୋହନ ବେହେରା, ରଘୁନାଥ ମଳିକ, କୈଳାସ ରାଉଳ, ରାମନାରାୟଣ ନାୟକ, ଭଗବାନ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଦାସ, ବିଶ୍ୱରଂଜନ ତ୍ରିପାଠୀ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।