Odiapua.com

୩୭ନଂ ଜୋନରେ ବିଜେଡି ପକ୍ଷରୁ ‘କରୋନା’ ଜନସଚେତନତା କାର୍ଯ୍ୟକ୍ରମ

ହାଟଡ଼ିହି, ୧୪ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ୩୭ନଂ ଜୋନରେ ବିଜେଡି ପକ୍ଷରୁ କରୋନା ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଜୟନ୍ତୀ ଠାରୁ ସମଗ୍ର ରାଜ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି କଳିଗାଁ, ଶାଳଣିଆଁ, ଡଅଁର, ଗେଡମା, ଆଇତିପୁର, ଷଡଙ୍ଗ, ହାବଳେଶ୍ୱର, ସମଣା ଆଦି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଲୋକମାନଙ୍କୁ କରୋନା ମହାମାରୀ ଠାରୁ ବିଜୟ ପାଇଁ ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା, ଅତ୍ୟାବଶ୍ୟକ ନହେଲେ ଘରୁ ବାହାରିବା ନାହିଁ ବୋଲି ଲୋକ ମାନଙ୍କୁ ସଚେତନ କରାଇବା ସହିତ ଲୋକମାନଙ୍କୁ ମାସ୍କ ବାଣ୍ଟିଥିଲେ । ଏଥିରେ ବିଜେଡି ନେତା ବିଜୟ କୁମାର ରାଉତ, ସୁଧାକର ଓଝା, ରବିନ୍ଦ୍ର କୁମାର ସାହୁ, ପ୍ୟାରୀ ମାହନ ମଲ୍ଲିକ, ପ୍ରଦୀପ ଜେନା, ବାବୁଲି ପଟ୍ଟନାୟକ, ପ୍ରତାପ ଦେଓ, ରଞ୍ଜନ ପହି ପ୍ରମୁଖ ଯୋଗଦେଇଥିଲେ । କଳିଗାଁ ଠାରେ ସରପଞ୍ଚ ଅମରେନ୍ଦ୍ର ଧଳ, ପ୍ରଶାନ୍ତ ଚଇନି, ନିରାକାର ଦାସ, ବ୍ରହ୍ମାନନ୍ଦ ଖଣ୍ଡେଇ, ନିରାକାର ମହାପାତ୍ର, ବିମଳ ପାତ୍ର, ଅକ୍ଷୟ ପାତ୍ର, ବୃନ୍ଦାବନ କର, ଶ୍ରୀନିବାସ ସାମଲ, ନାରଦ ଖଣ୍ଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଶ।।ଳଣିଆଁ ଠାରେ ସରପଞ୍ଚ ଶ୍ରୀଧର ବେହେରା, ପଞ୍ଚାୟତର ବିଜେଡି ସଭାପତି ବିରେନ୍ଦ୍ର କୁମାର ବିଶ୍ୱାଳ,ଆଇନିଜିବୀ ରଙ୍ଗାଧର ମଲ୍ଲିକ, ନୀଳକଣ୍ଠ ମହାକୁଡ, ପଦ୍ମନାଭ ନାୟକ, ନିତ୍ୟାନନ୍ଦ କବି, ଅଭିମନ୍ୟୁ ସେଠୀ, ରଞ୍ଜିତା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଡଅଁର ପଞ୍ଚାୟତରେ ସରପଞ୍ଚ ହିସି ହେମ୍ରମ, ପଞ୍ଚାୟତ ବିଜେଡି ସଭାପତି ରଞ୍ଜନ ପହି, ହିମାଶୁଂ ଦେଓ, ମନୋଜ ବେହେରା, ମଦନ ସାନ୍ତାଳ, ସୁଧିର ଜେନା, ଧୃବ ଚରଣ ରାଉତ,ଦୁଯ୍ୟୋଧନ ଜେନା, ହୃଦାନନ୍ଦ ଜେନା, ସୁଶାନ୍ତ ରାଉତ, ଧିରେନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗେଡମାରେ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ବ୍ରଜ କିଶୋର ଜେନା, ମନୋରଞ୍ଜନ ଦାସ, ପ୍ରଫୁଲ ସେଠୀ, ଦିବାକର ପାତ୍ର, ଶ୍ୟାମ ସୁନ୍ଦର ସାହୁ, ଆଇତିପୁରରେ ପଞ୍ଚାୟତ ବିଜେଡି ସଭାପତି ସୁର୍ଯ୍ୟମଣୀ ବେହେରା, ନରେନ୍ଦ୍ର ସେଠୀ,ଯୁଦ୍ଧିଷ୍ଠିର ପାତ୍ର, ଯୁଗଳ ଦାସ, ହାବଳେଶ୍ୱରରେ ସରପଞ୍ଚ ଅନୁସୁୟା ବେହେରା, ଅମୁଲ୍ୟ ହାତୀ, ପ୍ରାଣକୃଷ୍ଣ ବାରିକ, ରମାକାନ୍ତ ନାୟକ, ଅଭିମନ୍ୟୁ ରାଉଳ, ତାରିଣୀ ପ୍ରସାଦ ସେନାପତି, ଷଡଙ୍ଗରେ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ପଞ୍ଚାୟତ ସଭାପତି ଶ୍ରୀକାନ୍ତ ସେନାପତି, ଧବଳେଶ୍ୱର ପଟ୍ଟନାୟକ, ଯୁବ ସଭାପତି ସୁଶାନ୍ତ ବେହେରା, ଅଶୋକ ଦାସ, ମାନସ ସା, ତାରିଣୀ ପଟ୍ଟନାୟକ, ସମଣା ଠାରେ ସରପଞ୍ଚ ପତିତପାବନ ନନ୍ଦ, ପଞ୍ଚାୟତ ସଭାପତି ଧୁଶାସନ ବେହେରା, ବଳରାମ ନନ୍ଦ, ସୁବାସ ଦୋରା, ଅଜୟ ସାହା, ରମେଶ ଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।