Odiapua.com

୩୫ତମ ପୂବାଂଚଳ ସ୍ତରୀୟ ଜୁନିଅର ଆଥଲେଟିକ୍ ମିଟ ନିମନ୍ତେ ଓଡିଶା ଦଳରେ ଭଦ୍ରକରୁ ବିରେନ୍ଦ୍ର ମନୋନୀତ

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କଳିଙ୍ଗ ଷ୍ଚାଡ଼ିୟମ୍ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ୩୫ତମ ପୂର୍ବାଂଚଳ ଜୁନିଅର ଆଥଲେଟିକ୍ ମିଟ ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏଥିରେ ବାଳକ ଦଳରେ ଭଦ୍ରକ ଜିଲ୍ଲାରୁ ବିରେନ୍ଦ୍ର କୁମାର ସାହୁ ଲଙ୍ଗ୍ ଜମ୍ପ ଇଭେଂଟରେ ସ୍ଥାନ ପାଇଛନ୍ତି । ସେ ସତ୍ୟସାଇ ସ୍କୁଲରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ଜଗନ୍ନାଥପୁର ସ୍ଥିତ ଭଦ୍ରକ ଆଥଲେଟିକ୍ ଏକାଡେମୀ ରେ ନିୟମିତ ଅଭ୍ୟାସ ଜାରି ରଖିଥିଲେ। ସେ ଚଳିତ ବର୍ଷ ୧୬ ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ଆଥଲେଟିକ୍ ମିଟ୍ ରେ ଲଙ୍ଗଜମ୍ପ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।ସେଥି ନିମନ୍ତେ ସେ ଓଡ଼ିଆ ରାଜ୍ୟ ଜୁନିଅର୍ ଦଳରେ ସ୍ଥାନ ପାଇଛନ୍ତି । ତାଙ୍କ ପିତା ଙ୍କ ନାମ ପ୍ରକାଶ ସାହୁ ଓ ମାତା ଙ୍କ ନାମ ମିଲି ରାଣୀ ନାୟକ । ଘର ରାନ୍ଦିଆ ର ନରସିଂହପୁର ଗ୍ରାମରେ । ବିରେନ୍ଦ୍ର ଭଦ୍ରକ ଜିଲ୍ଲାରେ ଦ୍ୱିତୀୟ ଖେଳାଳୀ ଭାବେ ପୂର୍ବାଂଚଳ ଜୁନିଅର୍ ଆଥଲେଟିକ୍ ପ୍ରତିଯୋଗିତାର ସ୍ଥାନ ପାଇଲେ । ପୂର୍ବରୁ ସୁଦର୍ଶନ ପାତ୍ର ଜାଭେଲିନ୍ ଥ୍ରୋ ଇଭେଂଟରେ ସୁଯୋଗ ପାଇଥିଲେ।ଏଥିପାଇଁ ଭଦ୍ରକ ଜିଲ୍ଲା ଆଥଲେଟିକ ସଂଘ ର ସଂପାଦକ ଧିରେନ୍ ପଲାଇ ଶୁଭେଚ୍ଛ। ଜଣାଇବା ସହିତ ଭଦ୍ରକ ଆଥଲେଟିକ୍ ଏକାଡେମୀ ର ପ୍ରତିଷ୍ଠାତା ତଥା କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ , କ୍ରିଡା ଶିକ୍ଷକ ରବି ନାରାୟଣ ଓଝା ଶୁଭେଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରନ୍ତୁ କାମନା କରି ତାଙ୍କର ଶୁଭ ମନାସିଛନ୍ତି ।