Odiapua.com

୩୩ ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦାବି , ମାସେ ମଧ୍ୟରେ ଦାବି ପୂରଣ ନହେଲେ ଧାରଣା ଚେତାବନୀ

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧ବର୍ଷ ପୂର୍ବେ ଛଟେଇ ହୋଇଥିବା ୩୩ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ ଦାବି ହୋଇଛି । ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଭଦ୍ରକ ଶାଖା ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ସଂଘର ରାଜ୍ୟ ସଭାପତି ପ୍ରଭାକର ପଲେଇ ଯୋଗଦେଇ ଉକ୍ତ ଦାବି କରିଛନ୍ତି । ତେବେ ଉକ୍ତ ବୈଠକରେ ଜିଲ୍ଲା ସଂଘର ସମ୍ପାଦକ ବାମଦେବ ପାଢ଼ୀ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ୪୦ରୁ ଉର୍ଦ୍ଧ୍ୱ କର୍ମଚାରୀ ବିଭିନ୍ନ କ୍ଷେତ୍ରରେ ଏକ ଏନଜିଓ ଦ୍ୱାରା ନିୟୋଜିତ ହୋଇ କାର୍ଯ୍ୟ କରୁଛନ୍ତି । ସେମାନେ ରୋଗୀ କଲ୍ୟାଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧିôନରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ୨୦୧୯ ମସିହା ଡିସେମ୍ବର ମାସ ୩୩ଜଣ କର୍ମଚାରୀଙ୍କୁ ଏହି ଏନଜିଓ ଚାକିରୀରୁ ଛଟେଇ କରିଥିଲା । ଏସମ୍ପର୍କରେ ଛଟେଇ କର୍ମଚାରୀମାନେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସାକ୍ଷାତ କରି ଉକ୍ତ ଏନଜିଓ ମୁଖ୍ୟଙ୍କ ସ୍ୱେଛାଚାରିତା ବିଷୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ତେଣୁ ବାଧ୍ୟ ହୋଇ ସେମାନେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଇତିମଧ୍ୟରେ ସେମାନଙ୍କୁ ପୁନର୍ବାର ନିଯୁକ୍ତି ଦେବାକୁ କୋର୍ଟ ନିଜ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତ୍ୱେ ଜିଲ୍ଲା ଚିକିତ୍ସାଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି । ଏହାବ୍ୟତୀତ ଗ୍ରୁପ ଡି ର କର୍ମଚାରୀମାନଙ୍କୁ ପ୍ରତିବର୍ଷ ପଦୋନ୍ନତି ଦେବାର ନିୟମ ଥିଲେ ମଧ୍ୟ ଏହା କରାଯାଉ ନାହିଁ । ଏସମସ୍ତ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସଭାପତି ଶ୍ରୀ ପଲେଇଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଏବିଷୟରେ ଆଲୋଚନା କରିଥିଲେ । ପପୋଜାଲ ଯାଇଛି । ଖୁବଶିଘ୍ର ନୂତନ ପଦବୀ ସୃଷ୍ଟି ହେବ । ଏହି ପଦବୀ ସୃଷ୍ଟି ହେଲେ ଏସମସ୍ତ ଛଟେଇ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡ. ମୁରଲିଧର ପାଢ଼ୀ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ବୈଠକରେ ରାଜ୍ୟ ସଂଘର ଉୁପସଭାପତି ଶ୍ୟାମସୁନ୍ଦର ଦେଓ, ଜିଲ୍ଲା ସମ୍ପାଦକ ବାମଦେବ ପାଢ଼ୀ, ଅଜୟ ଭଟ୍ଟାଚାର୍ଯ୍ୟ, ରମେଶ ସିଂ, କମଳାକାନ୍ତ ଦାସ, ଅହଲ୍ୟା ମହାଳିକ, ସେକ ମୋଜାଫର, ଜ୍ୟୋତିଶ ଗୁପ୍ତା, ସୌଦାମିନି ମିଶ୍ର, ସୁବାଷିନି ସାହୁ, ଲକ୍ଷେହୀରା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।