Odiapua.com

୩୩ କେଭି ତାରରେ ଲାଗି ବୋରୱେଲ ଗାଡିର ହେଲପର ମୃତ

ଖଡିଆଳ/ନୂଆପଡା-୧୫.୦୪.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ଗ୍ରାମ ପଞ୍ଚାୟତର ଠାକୁରାଣୀ ମନ୍ଦିର ସାମନାରେ ନଳକୂପ ଖନନ କରିବା ପାଇଁ ଗାଡି ଓଲ୍ଲାଉ ଥିବା ସମୟରେ ଉପରେ ଥିବା ୩୩ କେଭି ତାର ସଂସ୍ପର୍ସ ରେ ଆସି ହେଲପରଙ୍କ ମୃତ୍ୟୁ ହୋଇଯାଇଛି। ସୂଚନାରୁ ଜଣାପଡେ ଯେ ଋଷିଗାଁ ର ଜନୈକ ବ୍ୟକ୍ତି ନିଜ ଜମିରେ ନଳକୂପ ଖନନ କରିବା ପାଇଁ ବୋରୱେଲ ଗାଡିକୁ ଆଣିଥିଲେ। ଗାଡିଟି ରାଜରାସ୍ତା ରୁ ଜମି ଭିତରକୁ ପ୍ରବେଶ କରୁଥିବା ସମୟରେ ନଳକୂପ ଗାଡି ରାସ୍ତା ଉପରେ ଯାଇଥିବା ୩୩ କେଭି ଲାଇନ ତାରରେ ଲାଗିଯିବାରୁ ଗାଡିର ହେଲପର ରାଜକୁମାର ବୟସ ( ୨୩) ପିତା ରାଘବନ ଗ୍ରାମ ସଲିୟମ ପଟ୍ଟି, ଥନା- ମାଲି ଥାରିଆ, ଜିଲ୍ଲା ସେଲମ ର ଅଟନ୍ତି। ଘଟଣା ସ୍ଥଳରେ ଯୁବକର ମୃତ୍ୟୁ ହୋଇଯାଇଥିବା ବେଳେ ଡାକ୍ତରି ମାଇନା ପାଇଁ ଖଡିଆଳ ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ଡା. ଦିନବନ୍ଧୁ ମହାନନ୍ଦ ମୃତ ଘୋଷଣା କରିବା ପାରେ ଖଡିଆଳ ଥାନା ପରିସରରେ ଶବ ବ୍ୟବଛେଦ କରି ତାଙ୍କ ଗ୍ରାମ ତାମିଳନାଡୁକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଏହି କେସ କୁ ଅଫିସର ଡମ୍ବରୁଧର ପ୍ରଧାନ ତଦନ୍ତକରୁଥିବା ବେଳେ ଖଡିଆଳ ଆଇଆଇସି କୈଲାଶ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି।