Odiapua.com

୩୩ କେଭି ତାରରେ ଲାଗି ଜେଟ ବିମାନ ଦୁର୍ଘଟଣାଗ୍ରସ୍ତ

ଉତ୍ତରପ୍ରଦେଶ,୨୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଉତ୍ତରପ୍ରଦେଶ ଅଲିଗଡ଼ରେ ଜେଟ୍‌ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନ ବନ୍ଦରରେ ଅବତରଣ ବେଳେ ଦୁର୍ଘଟଣା ହୋଇଛି । ଏହି ବିମାନରେ ଥିବା ସମସ୍ତ ୬ ଜଣ ସୁରକ୍ଷିତ ଅଛନ୍ତି । ଅବତରଣ ସମୟରେ ବିଦ୍ୟୁତ ତାର ଲାଗି ଯିବାରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି । ୩୩ ହଜାର ଭୋଲଟେଜ୍‌ ତାର ଲାଗିବା ଦ୍ୱାରା ପ୍ଲେନ୍‌ରେ ନିଆଁ ଲାଗି ଯାଇଥିଲା । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପୋଲିସର ସୂଚନା ଅନୁସାରେ ଏକ ପ୍ଲେନ୍‌ର ମରାମତି ପାଇଁ ଏକ ଇଂଜିନିୟରିଂ ଟିମ୍‌ ଦିଲ୍ଲୀରୁ ଏହି ପ୍ଲେନ୍‌ରେ ଆଲିଗଡ଼ ଆସୁଥିଲେ । ପ୍ଲେନ୍‌ରେ ୪ ଜଣ ଇଂଜିନିୟରଙ୍କ ସମେତ ୨ ଜଣ ପାଇଲଟ୍‌ ଥିଲେ । ଏମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ପହଞ୍ଚି ଯାଇଥିଲେ ।