Odiapua.com

୩୨ କିଲୋ ଗଂଜେଇ ଜବତ, ୨ ବେପାରୀ ଗିରଫ

ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଇସ୍ପାତ ସହର ରାଉରକେଲା ନିଶାର ଚକ୍ରବ୍ୟୁହରେ ଘାଂଟି ହେଉଥିବା ବେଳେ, ଅପରପକ୍ଷରେ ରାଉରକେଲା ପୁଲିସକୁ ମିଳିଛି ଏକ ସଫଳତା।ସମ୍ବଲପୁରରୁ ବିହାରକୁ ଚୋରାରେ ଚାଲାଣ ହେଉଥିବା ଗଂଜେଇ ବୋଝେଇ ଏକ କାରକୁ ଜବତ କରିଛି ବ୍ରାହ୍ମଣୀତରଙ୍ଗ ପୁଲିସ। ଗତକାଲି ଅପରାହ୍ନରେ ବେଦବ୍ୟାସ- କୁଆଁରମୁଣ୍ଡା ରାସ୍ତାର ଗାଡ଼ି ଯାଂଚ ବେଳେ ପୁଲିସ ଏହି ଗଂଜେଇ ବୋଝେଇ କାରକୁ ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରିଛି। ଗିରଫ ୨ ବେପାରୀ ହେଲେ ବିହାର ସହିବପୁର ଅଂଚଳର ବିଶ୍ୱଜିତ କୁମାର ଓ କଇପୁର ଜିଲ୍ଲାର ଦିନେଶ କୁମାର। ସେମାନଙ୍କ ଠାରୁ ୩୨ କିଲୋ ୧୫୦ ଗ୍ରାମ ଗଂଜେଇ, ଏକ ହୁଣ୍ଡା ସିଟି କାର(ଓଆର୧୪ଏସ-୧୧୮୮), ୪ଟି ମୋବାଇଲ ଓ ନଗଦ ୭ ହଜାର ୫୪୦ ଟଙ୍କା ଜବତ କରାଯାଇଛି। ଜବତ ଗଂଜେଇର ଆନୁମାନିକ ବଜାର ମୂଲ୍ୟ ୨ଲକ୍ଷଟଙ୍କାରୁ ଅଧିକ ହେବ ବୋଲି ଡିଏସପି ଅସୀମ ପଣ୍ଡା ପ୍ରକାଶ କରିଛନ୍ତି। ରାଜ୍ୟ ରାଜପଥରେ ଗାଡ଼ି ଯାଂଚ ସମୟରେ ବେଦବ୍ୟାସ କୁଆଁରମୁଣ୍ଡା ରାସ୍ତାରେ ପୁଲିସ ଏହି ଗଂଜେଇ ଭର୍ତି କାରକୁ ଜବତ କରିବା ସହିତ ଦୁଇ ବେପାାରୀଙ୍କୁ ଗିରଫ କରିଥିଲାା।