Odiapua.com

୩୧ ମାର୍ଚ୍ଚ ସୁଧା ଆଧାର ଲିଙ୍କ ଜରୁରୀ ନଚେତ ପଡିବେ ଅସୁବିଧାରେ

ଭୁବନେଶ୍ୱର;୨୪,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ୩୧ ମାର୍ଚ୍ଚ ସୁଧା ବ୍ୟାଙ୍କ ଖାତା ଏବଂ ମୋବାଇଲ ନମ୍ବର ସହ ଆଧାର କାର୍ଡ ଲିଙ୍କ ଜରୁରୀ। ନଚେତ ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଖାତା ହୋଇପାରେ ଅବୈଧ। ଏନେଇ ଏକ ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କ ରାୟରେ ଏହା ଶୁଣାଇଛନ୍ତି। ଚିଫ୍ ଜଷ୍ଟିସ ଦୀପକ ମିଶ୍ରଙ୍କ ସମେତ ଏକ ୫ ଜଣିଆ ଖଣ୍ଡପୀଠ ଶ୍ୟାମ ଦିବାନଙ୍କ ଯାଚିକାକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି। କିନ୍ତୁ ଏହା ସହ ଆଧାର ଅଧିନିୟମ ୨୦୧୬ର ବୈଧତାକୁ ନେଇ କରା ଯାଇଥିବା ଯାଚିକା ଉପରେ ସବୁ ପକ୍ଷ ତଥା ସବୁ ବିନ୍ଦୁ ଉପରେ ଧ୍ୟାନ ଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ତେବେ ଅପରାଧିକ ମାମଲାକୁ ଛାଡ଼ି ଅନ୍ୟ କୌଣସି ମାମଲାରେ ବାୟୋମେଟ୍ରିକ ବାଧ୍ୟତା ମୂଳକ କରାଯାଇ ପାରିବ ନାହିଁ ବୋଲି ଆଧାରକୁ ବିରୋଧ କରୁଥିବା ବରିଷ୍ଠ ଆଇନଜୀବି ଗୋପାଳ ସୁବ୍ରମଣ୍ୟମ କହିଛନ୍ତି।