Odiapua.com

୩୧ ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଯାଜପୁର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ସାରା ଦେଶରେ ଚଳିତ ମାସ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ସଠିପୁର ବିଦ୍ୟାର୍ଥି ଆବାସିକ ସ୍କୁଲ ଛାତ୍ର/ଛାତ୍ରୀଙ୍କ ସହଯୋଗରେ ପାଳନ କରାଯାଇଥିଲା । ଏଥି ନିମନ୍ତେ ଏକ ଶୋଭାଯାତ୍ରା ସ୍କୁଲରୁ ବାହାରି ସ୍ଲୋଗାନ ଦେଇ ପ୍ଲକାର୍ଡ ଧରି କରଦା ଓ ସଠିପୁର ବଜାର ପରିକ୍ରମା କରିଥିଲା । ସଠିପୁର ବଜାରରେ ଲୋକମାନଙ୍କୁ ସଡକ ସୁରକ୍ଷା ସଚେତନତା କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ଥାନାର ଏସଆଇ କୈଳାସ ଚନ୍ଦ୍ର ଭୋଇ, ଅମୀୟ ବେହେରା, ସୟଦ ବକ୍ସ, ବିଜୟ କୁମାର ଦାଶ, ସୀତାରାମ ବେହେରା, କମଳ ଲୋଚନ କର, ସୁଶାନ୍ତ ଦାଶ, ନାରାୟଣ ଦେହୁରୀ, ମୀରାରାଣୀ ବେହେରା, ରୀତା ତିର୍କି, ସୁମିତ୍ରା , ମାଳତୀ ଦାସ, ମନୋଜ ପୁର୍ତୀ, ଦିବାକର ହେମ୍ରମ, ରଂଜନ ଡ଼ାଙ୍ଗିଲ, କେଦାରସନ ଡ଼ାଙ୍ଗିଲ, ବ୍ରଜକିଶୋର ସ୍ୱାଇଁ, ସେକ ଇସାକ, ବିଦ୍ୟାଳୟ ପକ୍ଷରୁ ବିଭାସା ପାତ୍ର, ବଳରାମ ସେଠୀ, ମିନାକ୍ôଷ ବେହେରା, ଗୀତାଂଜଳୀ ଦାଶ,, ସସ୍ମୀତା ବାରିକ, ପ୍ରତାପ ଚନ୍ଦ୍ର ଧଳ,ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।