Odiapua.com

୩୧ ଜାନୁଆରୀ ୨୦୨୧ କୁ ଜାତୀୟ ପୋଲିଓ ଟୀକାଦାନ ଦିବସ ପାଳନ ପାଇଁ ପୁନଃ ତାରିଖ ଧାର୍ଯ୍ୟ

୩୦ ଜାନୁଆରୀ ୨୦୨୧ ରେ ଜାତୀୟ ଟିକାକରଣ ଦିବସ (ଏନ୍ଆଇଡି) ଉନ୍ମୋଚନ କରିବେ ଭାରତର ରାଷ୍ଟ୍ରପତି

ନୂଆଦିଲ୍ଲୀ ୧୫-୧ (ଓଡ଼ିଆ ପୁଅ) : ଜାନୁଆରୀ ୧୬, ୨୦୨୧ରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପି ବୃହତ୍ ଟୀକାଦାନ ଅଭିଯାନ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ କରିବେ। ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାଦାନ କାର୍ଯ୍ୟକ୍ରମ। ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହିତ ପରାମର୍ଶ କରି ପୋଲିଓ ଟୀକାଦାନ ଦିବସ ବା ଜାତୀୟ ଟୀକାଦାନ ଦିବସ (ଏନ୍ଆଇଡି) ର ତାରିଖ ଜାନୁଆରୀ ୩୧ (ରବିବାର) କୁ ଧାର୍ଯ୍ୟ ହୋଇଛି।

ରାଷ୍ଟ୍ରପତି ୩୦ ଜାନୁଆରୀ ୨୦୨୧ (ଶନିବାର) ଦିନ ସକାଳ ୧୧.୪୫ ରେ ରାଷ୍ଟ୍ରପତି ଭବନରେ କିଛି ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇ ଜାତୀୟ ପୋଲିଓ ଟିକାଦାନ ଦିବସକୁ ଉନ୍ମୋଚନ କରିବେ।

କୋଭିଡ ପରିଚାଳନା ଏବଂ ଟୀକାକରଣ ସେବା ତଥା ଅଣ- କୋଭିଡ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପରସ୍ପର ଉପରେ ପ୍ରତିକୂଳ ପ୍ରଭାବ ନପକାଇ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ର୍ନିଦ୍ଦିଷ୍ଟ ନୀତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।