Odiapua.com

୩୦ ମିନିଟ କଥା ହେଲେ ଟ୍ରମ୍ପ

ନୂଆଦିଲ୍ଲୀ, ୨୦/୦୯, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଧାରା ୩୭୦ ଉଛେଦ ପରେ ପ୍ରଥମ ଥର ପାଇଁ ମୋଦି-ଇମ୍ରାନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକ ପିଏମ ଇମ୍ରାନ ଖାନ୍‌ଙ୍କ ସହ ଫୋନରେ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ। କାଶ୍ମୀର ସମେତ ଅନେକ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। କାଶ୍ମୀରରେ ଉତ୍ତେଜନା ହ୍ରାସ ଉପରେ ଗୁରୁତ୍ୱ ଦେଇଛନ୍ତି। ଉଭୟ ମୋଦି-ଟ୍ରମ୍ପ ୩୦ ମିନିଟ ଧରି ଆଲୋଚନା କରିଛନ୍ତି।

 

ଭାରତ ବିରୋଧ ହିଂସାକୁ ପଡୋଶୀ ନେତା ଉସକାଉଥିବା ମୋଦି ପାକିସ୍ତାର ନାଁ ନ ନେଇ କହିଛନ୍ତି। ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ଭାରତ ନେଇଥିବା ପଦକ୍ଷେପକୁ ବିରୋଧ କରି ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦରେ ଅଭିଯୋଗ ଆଣିବାର କିଛି ଦିନ ପରେ ଟ୍ରମ୍ପ ଏବଂ ମୋଦିଙ୍କ ଆଲୋଚନାକୁ ଗୁରୁତ୍ୱ ଦିଆଯାଉଛି। ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ମୋଦି ଆତଙ୍କବାଦ ଓ ହିଂସାମୁକ୍ତ ବାତାବରଣ ସୃଷ୍ଟି ସହ ସୀମାପାର ଆତଙ୍କବାଦ ଦୂର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।