Odiapua.com

୩୦ ବର୍ଷ ପରେ ଜେଲରୁ ମୁକୁଳିଲେ ରାଜୀବ ଗାନ୍ଧୀଙ୍କ ସମସ୍ତ ହତ୍ୟାକାରୀ : ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ୧ ଘଣ୍ଟା ମଧ୍ୟରେ ମୁକ୍ତ ହେଲେ

ନୂଆ ଦିଲ୍ଲୀ ୧୧-୧୧ (ଓଡ଼ିଆ ପୁଅ) ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଶୁକ୍ରବାର ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଦୋଷୀର ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଯଦି ଅନ୍ୟ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ନଥାନ୍ତି, ତେବେ ସମସ୍ତ ଦୋଷୀଙ୍କୁ ମୁକ୍ତ କରାଯିବ।

ଜଷ୍ଟିସ୍ ବି.ଆର ଗଭାଇ ଏବଂ ବି.ଭି ନାଗରତ୍ନଙ୍କ ଖଣ୍ଡପୀଠ ଏହାର ରାୟ ପ୍ରଦାନ କରି ଦୋଷୀ ସାବ୍ୟସ୍ତ ନଳିନୀ, ସନ୍ଥନ୍, ମୁରୁଗାନ୍, ଶ୍ରୀହରନ୍, ରୋବର୍ଟ ପୟାସ ଏବଂ ରବିଚନ୍ଦ୍ରନଙ୍କୁ ଜେଲରୁ ମୁକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଦୀର୍ଘ ଦିନ ଧରି ରାଜ୍ୟପାଳ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନନେବା କାରଣରୁ ଏହା ଉପରେ ନିଷ୍ପତ୍ତି ନେଇଛନ୍ତି। ଧାରା ୧୪୨ କୁ ସୂଚାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଜଣେ ଦୋଷୀଙ୍କୁ ମୁକ୍ତ କରିବାର ଆଦେଶ ବାକି ଦୋଷୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

ସୂଚନାଯୋଗ୍ୟଯେ, ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ନିର୍ବାଚନ ରାଲିରେ ରାଜୀବ ଗାନ୍ଧୀଙ୍କୁ ୨୧ ମଇ ୧୯୯୧ ରେ ଧନୁ ନାମକ ଜଣେ LTTE ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ରାଜୀବ ଗାନ୍ଧୀଙ୍କୁ ଫୁଲର ହାର ହାର ପିନ୍ଧାଇବା ପରେ ସେ ତାଙ୍କ ପାଦ ଛୁଇଁବା ଏବଂ ପ୍ରଣାମ କରିବା ବାହାନା କରି ଅଣ୍ଟାରେ ବନ୍ଧା ହୋଇଥିବା ବିସ୍ଫୋରକକୁ ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା।

୧୯୯୯ ରେ, ଏହି ମାମଲାରେ ୨୬ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏଥିମଧ୍ୟରୁ ୧୯ ଜଣଙ୍କୁ ପୂର୍ବରୁ ଛାଡ଼ିଦିଆଯାଇଥିଲା। ଅବଶିଷ୍ଟ ୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏଥିମଧ୍ୟରୁ ନଲିନୀ ଗର୍ଭବତୀ ଥିଲେ, ତାଙ୍କୁ ସୋନିଆ ଗାନ୍ଧୀ କ୍ଷମା କରି କହିଥିଲେ ଯେ ତାଙ୍କ ଭୁଲ ପାଇଁ ତାଙ୍କ ସନ୍ତାନକୁ ଦଣ୍ଡ ଦିଆଯାଇପାରିବ ନାହିଁ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ଏବଂ ଭୁଲ ବୋଲି କହିଛି କଂଗ୍ରେସ ଏ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବାର୍ତ୍ତା ଟ୍ବିଟ କରିଛନ୍ତି।