Odiapua.com

୩୦୦ ୱିକେଟ୍ କ୍ଲବ୍‌ରେ ଈଶାନ୍ତ ଶର୍ମା, କପିଳ ଓ ଜାହିର ଖାନ ସହ ଲିଷ୍ଟରେ ହେଲେ ସାମିଲ

ଚେନ୍ନାଇ ୮-୨ (ଓଡ଼ିଆ ପୁଅ/ଲାଡ ସଚ୍ଚଦିଲ ସ୍ୱାଇଁ) : ଟେଷ୍ଟରେ ଭାରତ ପାଇଁ ୩୦୦ ୱିକେଟ୍ ନେଇଥିବା ଇଶାନ୍ତ ଶର୍ମା ତୃତୀୟ ଦ୍ରୁତ ବୋଲର ହୋଇଛନ୍ତି। ଏଠାରେ ଥିବା ଏମ.ଚିଦାମ୍ବରମ୍ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଇଶାନ୍ତ ଏହା ହାସଲ କରିଛନ୍ତି। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଡାନିଏଲ୍ ଲରେନ୍ସଙ୍କୁ ଆଉଟ କରି ନିଜର ୩୦୦ ୱିକେଟ୍ ରେକର୍ଡ ସଫଳତା ହାସଲ କରିଛନ୍ତି।

ଈଶାନ୍ତଙ୍କ ବ୍ୟତୀତ ଭାରତ, ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବ ଏବଂ ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ଟେଷ୍ଟ ମ୍ୟାଚରେ ୩୦୦ ୱିକେଟ୍ ନେଇଛନ୍ତି। ଏମାନଙ୍କ ବ୍ୟତୀତ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍, ପୂର୍ବତନ ବୋଲର ଅନିଲ କୁମ୍ବଲେ ଏବଂ ହରଭଜନ ସିଂଙ୍କ ମଧ୍ୟ ଟେଷ୍ଟ କ୍ରିକେଟ୍ ରେ ୩୦୦ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। କିନ୍ତୁ, ଈଶାନ୍ତ ଏହି ପର୍ଯ୍ୟାୟରେ ବହୁତ ଧୀରେ ଧୀରେ ପହଞ୍ଚିଥିଲେ।

୯୮ ଟେଷ୍ଟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଥିବାବେଳେ ଅଶ୍ୱିନ ମାତ୍ର ୫୪ ଟି ମ୍ୟାଚରେ ୩୦୦ ୱିକେଟ୍ ପ୍ରାପ୍ତ କରିଛନ୍ତି। ଅଶ୍ୱିନଙ୍କ ପଛରେ କୁମ୍ବଲେ (୬୬ ମ୍ୟାଚ୍), ହରଭଜନ (୭୨), କପିଲ (୮୩) ଏବଂ ଜାହିର (୮୯) ଟି ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି।

ଭାରତ ପାଇଁ ଟେଷ୍ଟ କ୍ରିକେଟରେ କୁମ୍ବଲେ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ୬୧୯ ୱିକେଟ୍ ନେଇଛନ୍ତି। ତାଙ୍କ ପରେ କପିଲ ଦେବ ୪୩୪ ୱିକେଟ୍ ଏବଂ ହରଭଜନ ଏପର୍ଯ୍ୟନ୍ତ ୪୧୭ ୱିକେଟ୍ ନେଇଛନ୍ତି।

୨୦୦୭ ରେ ଢ଼ାକାରେ ବାଂଲାଦେଶ ବିପକ୍ଷରେ ଈଶାନ୍ତ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଭାରତ ପାଇଁ ୮୦ ଟି ODI ଏବଂ ୧୪ ଟି-୨୦ ଖେଳିଛନ୍ତି ଯେଉଁଥିରେ ସେ ଯଥାକ୍ରମେ ୧୧୫ ଓ ୮ ଟି ୱିକେଟ୍ ନେଇଛନ୍ତି।