Odiapua.com

୩୦ବର୍ଷ ଅଧ୍ୟାପନ କରି ଅବସର ନେବାପରେ ଅଧ୍ୟାପକ ଙ୍କୁ ମିଳିଲାନାହିଁ ତାଙ୍କର ପ୍ରାପ୍ୟ

ମାଲକାନଗିରି,୨ା୩(ଓଡିଆ ପୁଅ ) ଦେହରେ ସାଧୁବାବାଙ୍କ ପରି ଗୌରୀକବସନ,ମୁହଁରେ ଲମ୍ବାଲମ୍ବା ନିଶ ଓ ଦାଢି,ମୁଣ୍ଡରେ ଜଟା ,  ସବୁବେଳେ ହସ ହସ ବଦନ,ନିଜେ ଅଭାବ ଓ ଦୁଃଖରେ ଥାଇ ବି କେବେବି  କାହା ନିକଟରେ ହାତପାତି ନହାଁନ୍ତି, ଦୀର୍ଘ ୩୦ବର୍ଷ ଧରି ନିରବଛନ୍ନ ଭାବେ କଲେଜରେ ଛାତ୍ର ଛାତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷାଦନ କରିସେମାନଙ୍କୁ ସୁନାଗରିକ ଭାବେ ଗଢିତୋଳି ଥିବା ଅଧ୍ୟାପକ ସରୋଜ ଦାସ ଚାକିିରିରୁ ଅବସର ନେବାପରେ ମଧ୍ୟ ତାଙ୍କ ପ୍ରାପ୍ୟ ନପାଇ ନିସ୍ୱ ଅବସ୍ଥାରେ ବୁଲିଛନ୍ତି । ଏ ପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ବିଶ୍ୱଭାରତୀ ଶାନ୍ତିନିକେତନ ରୁ ଏମଏ ପାସକରି ଡ.ସରୋଜକୁମାର ଦାସ ଗତ ୧୯୮୯ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଜିଲ୍ଲାର ସର୍ବପୁରାତନ  କଳା ମହାବିଦ୍ୟାଳୟରେ ସାମାଜିକ ବିଜ୍ଞାନ ବିଷୟରେ ଅଧ୍ୟାପକ ଭାବେ ଚାକିରି କରିଥିଲେ । ଗତ ବର୍ଷେହେଲା ସେ ଚାକିରିରୁ ଅବସର ନେଇଥିଲେ ମଧ୍ୟତାଙ୍କ ଚାକିରି ସମୟର କିଛି ଦରମା ଓ ଅବସରକାଳିନ ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ମିଳିନଥିବାରୁ ତାଙ୍କ ଚଳିବାରେ ବହୁତ କଷ୍ଠ ହେଉଛି,ଫଳରେ ସେ ଦୁର୍ବିଷ ଜୀବବ ଅତିବାହିତ କରୁଛନ୍ତି ।ସେ ଜଣେ ଆଜୀବୀନ ବ୍ରହ୍ମଚାରୀ ,ଧର୍ମପରାୟଣ ଆଧ୍ୟାତ୍ମିକବାଦୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ଦୁଃଖ କାହାରିଆଗରେ ସେ ପ୍ରକାଶ କରନ୍ତି ନାହିଁ, ନିଜର ପ୍ରାପ୍ୟ ନପାଇ ଦୁଃଖରେ ଥିବା ଅଧ୍ୟାପକଙ୍କୁ ସରକାରଙ୍କ ପକ୍ଷରୁ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ ଜନସାଧରଣ ଦାବିକରିଛନ୍ତି ।